ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଦୌଡ଼ରେ ପାଇଲଟ, ଗେହଲଟ।
ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସର କସରତ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସଚିନ ପାଇଲଟ।
ମୁଖ୍ୟମନ୍ତ୍ରୀ ଘୋଷଣା ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିକୁ ଭେଟିବାକୁ ଦୁହେଁ ଦିଲ୍ଲୀରେ ପହଞ୍ଚିଛନ୍ତି। ରାହୁଲ ଗାନ୍ଧି ଗୁରୁବାର ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିପାରନ୍ତି।
ବୁଧବାର ବସିଥବା କଂଗ୍ରେସ ବିଧାୟକ ଦଳ ବୈଠକରେ ରାହୁଲଙ୍କୁ ମୁଖ୍ୟମନ୍ତ୍ରୀ ଚୟନ କରିବା ଦାୟିତ୍ଵ ମିଳିଥିଲା।
ରାଜସ୍ଥାନରେ ୧୯୯ ଆସନ ପାଇଁ ମତଦାନ ହୋଇଥିଲା। ଯେଉଁଥିରେ କଂଗ୍ରେସ ୯୯ଟି ଆସନ ଅକ୍ତିଆର କରି ସଂଖ୍ୟା ଗରିଷ୍ଠତା ହାସଲ କରିଛି।


















