ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍‌ର ସେମିଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡକୁ ହରାଇ ବେଲଜିୟମ୍‌ ଫାଇନାଲରେ ପ୍ରବେଶ କରିଛି।

ଇଂଲଣ୍ଡର ହକି ବିଶ୍ୱକପ୍‌ ସ୍ୱପ୍ନ ତୁଟିଛି। ଶନିବାର ସନ୍ଧ୍ୟାରେ ସେମି ଫାଇନାଲ ଖେଳରେ ବେଲଜିୟମଠାରୁ ୬-୦ ଗୋଲରେ ପରାସ୍ତ ହେବା ପରେ ଇଂଲଣ୍ଡ ହକି ଟିମ୍‌ ବାହାରିଯାଇଛି। ଶନିବାର ସେମିଫାଇନାଲ ଜିତିଥିଲେ ଇଂଲଣ୍ଡ ଫାଇନାଲକୁ ଯାଇଥାନ୍ତା।

କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ପ୍ରଥମ ଫେଜ୍‌ ସେମିଫାଇନାଲ ଇଂଲଣ୍ଡ ଏବଂ ବେଲଜିୟମ ମଧ୍ୟରେ ଥିଲା। ଯେଉଁଥିରେ ଇଂଲଣ୍ଡକୁ ନିରାଶ ହେବାକୁ ପଡ଼ିଛି।

ପୂର୍ବରୁ ରଣନୀତି ପ୍ରସ୍ତୁତ କରିଥିବା ବେଲଜିୟମ୍‌ ପ୍ରଥମ କ୍ୱାର୍ଟରରେ ଗୋଟିଏ ଗୋଲ ଦେଇଥିବା ବେଳେ ଦ୍ୱିତୀୟ କ୍ୱାର୍ଟରରେ ପୁଣି ଏକ ଗୋଲ ଦେଇ ଥିଲା। ବେଲଜିୟମ୍‌ର ଖେଳାଳିମାନେ ୩ୟ କ୍ୱାର୍ଟର ବେଳକୁ ଆହୁରି ଆକ୍ରମଣାତ୍ମକ ହୋଇ ଯାଇଥିଲେ। ତୃତୀୟ କ୍ୱାର୍ଟରେ ପୁଣି ୨ଟି ଗୋଲ ଦେଇ ମ୍ୟାଚକୁ ୪-୦ରେ ଅଗ୍ରଣୀଲାଭ କରିଥିଲେ। ଶେଷରେ ଇଂଲଣ୍ଡକୁ ୬-୦ ଗୋଲରେ ପରାସ୍ତ କରି ହକି ବିଶ୍ୱକପ୍‌ର ଚତୁର୍ଦ୍ଦଶ ସଂସ୍କରଣର ଫାଇନାଲରେ ପହଞ୍ଚିଛି।

ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଏବଂ ନେଦରଲାଣ୍ଡ। ଚତୁର୍ଦ୍ଦଶ ହକି ବିଶ୍ୱକପର ୩୪ତମ ମ୍ୟାଚରେ ଏହି ଦୁଇ ଟିମ୍‌ ଭେଟିବେ।

କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଆର୍ଜେଣ୍ଟିନାକୁ ୩-୨ ଗୋଲ୍‌ରେ ଇଂଲଣ୍ଡ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା। ଡିସେମ୍ବର ୧୩ରେ ଭାରତକୁ ହରାଇ ନେଦରଲାଣ୍ଡ ସେମିଫାଇନାଲକୁ ପ୍ରବେଶ କରିଥିଲା।

LEAVE A REPLY

Please enter your comment!
Please enter your name here