ଓଡ଼ିଶାଲାଇଭ୍ ବ୍ୟୁରୋ
ଜିଲ୍ଲା ଯୁବ ଅଧ୍ୟକ୍ଷରୁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଭୂପେଶ ବାଘେଲ।
ଛତିଶଗଡ଼ର ନବ ନିଯୁକ୍ତ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ତାଙ୍କ ଯୁବାବସ୍ଥାରୁ ହିଁ କଂଗ୍ରେସରେ ରହିଛନ୍ତି। ରାଜ୍ୟରେ କଂଗ୍ରେସକୁ ଆଗକୁ ନେବାରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି।
୧୯୬୧ ମସିହା ଅଗଷ୍ଟ ୨୩ରେ ଜନ୍ମ ଗ୍ରହଣ କରିଥିବା ବାଘେଲ ୮୦ଦଶକରୁ କଂଗ୍ରେସ ସହ ଜଡ଼ିତ ରହିଛନ୍ତି। ସେ ୧୯୯୦ରୁ ୧୯୯୪ ପର୍ଯ୍ୟନ୍ତ ଦୂର୍ଗ ଜିଲ୍ଲା ଯୁବ କଂଗ୍ରେସ ଅଧ୍ୟକ୍ଷ ରହିଥିଲେ।
୨୦୦୦ ମସିହାରେ ବାଘେଲ ପାଟନ୍ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୩ମସିହାରେ କଂଗେସ ଶାସନରୁ ହଟିବା ପରେ ଦଳର ଉପନେତା ହୋଇ ଦାୟିତ୍ଵ ତୁଲାଇଥିଲେ।
ଏହାପରେ ୨୦୧୪ରେ ସେ ଛତିଶଗଡ଼ କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ। ବାଘେଲ ଦୀର୍ଘ ସମୟ କଂଗ୍ରେସ ପାଇଁ ସଂଘର୍ଷ କରିଥିଲେ। ତେବେ ଦୀର୍ଘଦିନ ସଂଘର୍ଷ ପରେ ତାଙ୍କୁ ସଫଳତା ମିଳିଛି।
ଚଳିତ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ବିଜୟ ହାସଲ କରିଛି। ବାଘେଲ କଂଗ୍ରେସ ଜିଲ୍ଲା ଯୁବ ଅଧ୍ୟକ୍ଷରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ହୋଇଛନ୍ତି


















