ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

 ଆଇଆଇଟି ଅରୁଗୁଳରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ପାଖାପାଖି ୧୪ହଜାର ୫୨୩କୋଟି ଟଙ୍କା ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି। ପାଖାପାଖି ୧୨ଗୋଟି ପ୍ରକଳ୍ପର ଶିଳନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେଉଁଥିରେ ଉଚ୍ଚଶିକ୍ଷା ଠାରୁ ଆରମ୍ଭ  କରି ସ୍ୱାସ୍ଥ୍ୟ, ଗ୍ୟାସ୍, ରୋଡ ଏବଂ ଓଡ଼ିଶାର ସଂସ୍କୃତିର ବିକାଶ ଦିଗରେ ଏହା ସହାୟକ ହେବ। ଓଡ଼ିଶାର ବିକାଶ ଲାଗି ଏହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହେବ। କେନ୍ଦ୍ର ସରକାରଙ୍କ ଦ୍ୱାରା ପୂର୍ବ ଭାରତର ବିକାଶ ପାଇଁ ଧ୍ୟାନ ଦେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସବକା ସାଥ୍‌ ସବକା ବିକାଶ ମନ୍ତ୍ର ନେଇ ଓଡ଼ିଶାର କୋଣ ଅନୁକୋଣର ବିକାଶ ସଂକଳ୍ପରେ ଓଡିଶା ଆଗକୁ ବଢ଼ୁଥିବା ମୋଦି କହିଛନ୍ତି। ଏହାସହିତ ଯେଉଁ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ସେ ବାବଦରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହା ସହିତ ମୋଦି କହିଛନ୍ତି,”ଏହି କ୍ୟାମ୍ପସ୍ ଆଗାମୀ ଦିନରେ ଓଡ଼ିଶାର ଯୁବପୀଢ଼ିଙ୍କୁ ରୋଜଗାର ଯୋଗାଇବ। ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଆଗକୁ ବଢ଼ିବ। ଆଦିବାସୀ ମାନେ ଯେମିତି ବାହାରୁକୁ ନଯିବେ ସେଥିଲାଗି ଅଧିକ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ପାରାଦ୍ୱିପ୍‌ , ହାଇଦ୍ରାବାଦ ପାଇପଲାଇନ୍‌ ଓଡ଼ିଶାକୁ ନୂଆ ପରିଚୟ ଦେବ। ”

ଓଡ଼ିଶା ହେବ ପେଟ୍ରୋଲିୟମ୍‌ ହବ୍‌। ଓଡ଼ିଶା ନ୍ୟୁ ଇଣ୍ଡିଆର ଇଞ୍ଜିନ୍‌  ହେବ। ତେଲ ଓ ଗ୍ୟାସ ନେଇ ଓଡ଼ିଶାର ଭବିଷ୍ୟତ ଉଜ୍ଜଳ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଓଡ଼ିଶାରେ ସିଏନଜି ଲାଇନ୍‌ ବିଛାଇବାକୁ ବ୍ୟବସ୍ଥା କରାଯାଉଛି। ଓଡ଼ିଶାବାସୀଙ୍କ ଅନେକ ଦିନର ସ୍ୱପ୍ନ ବୋକାରୋ –ଅନୁଗୁଳ ପାଇପଲାଇନ ପୂରଣ କରିବ। ପାଇକ ବିଦ୍ରୋହ ସ୍ମୁତିରେ ଡାକ ଟିକେଟ୍‌ ଓ ମୁଦ୍ରା ଉନ୍ମୋଚିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲଲିତଗିରିରେ ହୋଇଥିବା ସଂଗ୍ରହାଳୟ ବିଦେଶୀ ରିସର୍ଚ୍ଚରଙ୍କୁ ଆକର୍ଷିତ କରିବ ବୋଲି ମୋଦି କହିଛନ୍ତି।

ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ୍‌, ରାଜ୍ୟପାଳ ଗଣେଶୀ ଲାଲ୍‌ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here