ଓଡ଼ିଶାଲାଇଭ୍ ବ୍ୟୁରୋ

ରୋଷେଇ ରାଣୀ ତଥା ୟୁଟ୍ୟୁବର ମସ୍ତାନାମ୍ମାଙ୍କୁ ଖୋଜୁଛି ସାରା ବିଶ୍ୱ।
ସାରା ବିଶ୍ୱରେ ସବୁଠାରୁ ବୟସ୍କା ୟୁଟ୍ୟୁବର ମସ୍ତାନାମ୍ମା ରୋଷେଇ ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ମସ୍ତାନାମ୍ମା କୁକିଂ କୁଇନ୍ ଗ୍ରାନି ନାମରେ ବି ବେଶ୍ ପରିଚିତ।। ଘରୋଇ ଖାଦ୍ୟ କରି ସେ ସାରା ବିଶ୍ୱରେ ପରିଚିତ। ତାଙ୍କର ଖାଦ୍ୟ ରନ୍ଧନ ପ୍ରଣାଳୀକୁ ଲକ୍ଷାଧିକ ଲୋକେ ଅନୁସରଣ କରୁଥିଲେ।

ଆନ୍ଧ୍ରପଦେଶର ଗୁଣ୍ଡୁରଠାରେ ୧୦୭ ବର୍ଷ ବୟସରେ ଦେହ ତ୍ୟାଗ କରିଛନ୍ତି ମସ୍ତାନାମ୍ମା। ୟୁଟ୍ୟୁବ ଚ୍ୟାନେଲରେ ଥିବା ‘କଣ୍ଟ୍ରି ଫୁଡ୍’ରେ ୧୨ ଲକ୍ଷରୁ ଅଧିକ ସବସ୍କ୍ରାଇବର ଅଛନ୍ତି। ଏହି ୟୁଟ୍ୟୁବ୍ ଚ୍ୟାନେଲ ୨୦୧୬ରେ ଆରମ୍ଭ ହୋଇଥିଲା। ତାଙ୍କ ଘରୋଇ ତଥା ପ୍ରାଚୀନ ରୋଷେଇର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବା ଯୋଗୁଁ ଗତ ଦୁଇ ବର୍ଷ ଭିତରେ ତାଙ୍କ ସବସ୍କ୍ରାଇବର ସଂଖ୍ୟା ବଢ଼ିବାରେ ଲାଗିଥିଲା
ମସ୍ତାନାମ୍ମାଙ୍କର ଜଣେ ସମ୍ପର୍କୀୟ ଏବଂ ତାଙ୍କ ବନ୍ଧୁ ତାଙ୍କ ରୋଷେଇର ଭିଡିଓ କରି ୟୁଟ୍ୟୁବ୍ରେ ଅପଲୋଡ କରିଥିଲେ। ଯାହା ଖୁବ କମ୍ ସମୟ ମଧ୍ୟରେ ୭୫ ହଜାରରୁ ଅଧିକ ଲାଇକ୍ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ୟୁଟ୍ୟବ୍ ଚ୍ୟାନେଲରେ ମସ୍ତାନାମ୍ମାଙ୍କ ଜୀବନ କାହାଣୀ ଓ ମୃତ୍ୟୁ ବିଷୟରେ ଦର୍ଶାଯାଇଥିଲା।










