ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିରରେ ଶୁକ୍ରବାର ହୋଇଥିବା ନୀତି ବିଶୃଙ୍ଖଳାରେ ତଦନ୍ତ ହୋଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର।

ପ୍ରଦୀପ୍ତ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି, “ସେବାୟତଙ୍କ ଦାବି ଗ୍ରହଣୀୟ ନୁହେଁ। ଗୋଟେ ଦାବି ଏସପିଙ୍କ ବଦଳି ଅନ୍ୟଟି ଅକ୍ଟୋବର ୩ରେ ଧାଡ଼ି ଦର୍ଶନକୁ ବିରୋଧ କରି ହୋଇଥିବା ହିଂସାକାଣ୍ଡ ମାମଲା ପ୍ରତ୍ୟାହାର”।

ଶୁକ୍ରବାରର ଏହି ସେବା ବିଭ୍ରାଟ ପ୍ରସଙ୍ଗରେ ସେବା କାର୍ଯ୍ୟ ଆମର ନୁହେଁ। ସେବକମାନେ ଯତ୍ନବାନ ହେବା ଉଚିତ। ଏଭଳି ଖବର ଆମ ପାଖରେ ନଥିଲା। ଏଥିସହିତ ଏଭଳି ବିଶୃଙ୍ଖଳା ଆଉ ନକରିବା ପାଇଁ ତାଗିଦ୍ ମଧ୍ୟ କରାଯାଇଛି।

ଏହି ପ୍ରସଙ୍ଗକୁ ନେଇ ଗଜପତି ମହରାଜା ଦିବ୍ୟ ସିଂହ କହିଛନ୍ତି, “ଶ୍ରୀ ମନ୍ଦିର ପରିଚାଳନା ଦାୟିତ୍ୱ ସରକାରଙ୍କର। ଶ୍ରୀମନ୍ଦିରରେ ଏଭଳି ଘଟଣା ବାରମ୍ବାର ଘଟୁଛି। ତଥାପି ସରକାରଙ୍କ ଚେତା ପଶୁନି। ଏହାର ସ୍ଥାୟୀ ସମାଧାନ କରାଯାଇ ପାରୁ ନାହିଁ।”

ଶୁକ୍ରବାର ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ବନ୍ଦ ରହିଥିଲା। ଯେଉଁଥିରେ ଭକ୍ତମାନେ ମଧ୍ୟ ନିରାଶ ହୋଇଥିଲେ। ଏହା ସହିତ ସେମାନେ ବ୍ୟାରିକେଡ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ।

LEAVE A REPLY

Please enter your comment!
Please enter your name here