ଓଡ଼ିଶାଲାଇଭ୍ ଏଣ୍ଟରଟେନ୍ମେଣ୍ଟ ବ୍ୟୁରୋ
ରୋହିତ ସେଟ୍ଟି ନିର୍ଦ୍ଦେଶିତ ଓ କରଣ ଜୋହର ପ୍ରଯୋଜିତ ଫିଲ୍ମ ‘ସିମ୍ବା’ ସଫଳତାର ସହ ବକ୍ସ ଅଫିସରେ ଆଗେଇ ଚାଲିଛି। ଏହାର ସବୁ କ୍ରେଡିଟ୍ ସାରା ଅଲ୍ଲୀ ଖାନ୍ ଓ ରଣବୀର ସିଂଙ୍କୁ ଦିଆଯାଉଛି। ଫିଲ୍ମ ରିଲିଜ୍ ପୂର୍ବରୁ ଏହାର ସମସ୍ତ ଗୀତ ସୋସିଆଲ ମିଡ଼ିଆରେ ହିଟ୍ ହୋଇସାରିଥିଲା।
ଫିଲ୍ମ ‘ସିମ୍ବା’ ୧୫୦ କୋଟିରୁ ଅଧିକ ବ୍ୟବସାୟ କରିସାରିଲାଣି। ବିବାହପରେ ଏହା ହେଉଛି ରଣବୀର ସିଂଙ୍କ ପ୍ରଥମ ଫିଲ୍ମ। ଏହି ଫିଲ୍ମରେ ରଣବୀର ସିଂଙ୍କ ବିପକ୍ଷରେ ନଜର ଆସିଛନ୍ତି ସୈଫ୍ ଅଲ୍ଲି ଖାନ୍ଙ୍କ ଝିଅ ତଥା ନବାଗତା ସାରା ଅଲ୍ଲି ଖାନ୍।
‘ସିମ୍ବା’ ଫିଲ୍ମ ହେଉଛି ସାଉଥ୍ ଫିଲ୍ମ ‘ଟେମ୍ପର’ର ହିନ୍ଦି ରିମେକ୍। ତେଲୁଗୁ ଭାଷାରେ ନିର୍ମିତ ‘ଟେମ୍ପର’ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜୁନିଅର ଏନ୍ଟିଆର। ‘ସିମ୍ବା’ ଫିଲ୍ମରେ ରଣବୀର ଏକ ଲାଞ୍ଛଖୋର ପୋଲିସ୍ ଅଫିସର ଭୁମିକାରେ ଅଭିନୟ କରିଛନ୍ତି। ଯେତେବେଳେ ଦୁର୍ନିତିର ପ୍ରଭାବ ନିଜ ପରିବାର ଉପରକୁ ଆସୁଛି, ଆରମ୍ଭ ହୋଇଛି ରଣବୀରଙ୍କ ଆଙ୍ଗ୍ରୀ ଲୁକ। ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି।
















