ଓଡ଼ିଶାଲାଇଭ୍ ବ୍ୟୁରୋ
ସିମ୍ବା ପରେ ରିଲିଜ ହେବାକୁ ଯାଉଛି କରଣ ଜୋହରଙ୍କ ଆଉ ଏକ ଫିଲ୍ମ ‘ଡ୍ରାଇଭ’।
ଅଭିନେତା ସୁଶାନ୍ତ ସିଂହ ରାଜପୁତ ଓ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ଡ୍ରାଇଭ’ ଖୁବ୍ଶୀଘ୍ର ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମ ଜୁନ୍୨୮ରେ ରିଲିଜ ହେବ। ଧର୍ମା ପ୍ରଡକ୍ସନରେ ନିର୍ମିତ ଏହି ଫିଲ୍ମଟି ୨୦୧୮ରେ ରିଲିଜ ହେବାର ଥିଲା। କୌଣସି କାରଣରୁ ଫିଲ୍ମଟି ରିଲିଜ ହୋଇପାରିନଥିଲା।
ଫିଲ୍ମମେକର କରଣ ଜୋହର ଟୁଇଟର ଜରିଆରେ ଗୁରୁବାର ଦିନ ଫିଲ୍ମର ରିଲିଜ ତାରିଖ ଘୋଷଣା କରିଥିଲେ। ଫିଲ୍ମର ୨୦ ସେକେଣ୍ଡର ଟିଜର ବି ସେ ଟୁଇଟରରେ ଶେୟାର କରିଛନ୍ତି।
ତେବେ ୨୦୧୯ କରଣଙ୍କ ପାଇଁ ବେଶ୍ ଚାଲେଞ୍ଜିଙ୍ଗ ରହିଛି। ଚଳିତ ବର୍ଷ କରଣଙ୍କର ୫ଟି ଫିଲ୍ମ ରିଲିଜ ହେବା ନେଇ ଚର୍ଚ୍ଚା ହେଉଛି। ୨୦୧୯ରେ ଅକ୍ଷୟ କୁମାର ଓ ପରିଣିତିଙ୍କ ଅଭିନୀତ ଫିଲ୍ମ କେଶରୀ, ଟାଇଗର ଶ୍ରଫଙ୍କ ଫିଲ୍ମ ଷ୍ଟୁଡେଣ୍ଟ ଅଫ୍ ଦ ୟର ୨, ବ୍ରହ୍ବାସ୍ତ୍ର, କଲଙ୍କ,ଗୁଡ ନ୍ୟୁଜ ରିଲିଜ ହେବାକୁ ଯାଉଛି।
କରଣଙ୍କ ଫିଲ୍ମ ସିମ୍ବା ବକ୍ସ ଅଫିସରେ କମାଲ କରିଛି। ଆଗାମୀ ଫିଲ୍ମ ଡ୍ରାଇଭ ବି ସିମ୍ବାଠୁ ଅଧିକ ଆୟ କରିବ ଏନେଇ ଆଶାବାଦୀ ରହିଛନ୍ତି କରଣ।


















