ଓଡ଼ିଶାଲାଇଭ୍‌ ବ୍ୟୁରୋ

Indian PM Narendra Modi

ନିର୍ବାଚନ ଆଉ କିଛି ମାସ ବାକି ଥିବା ବେଳେ ମୋଦି ସରକାର ଖେଳିଛନ୍ତି ମାଷ୍ଟର ଷ୍ଟ୍ରୋକ୍। ଆର୍ଥିକ ଭାବେ ଦୁର୍ବଳ ତଥା ଅନଗ୍ରସର ଉଚ୍ଚଜାତିର ଲୋକଙ୍କ ଲାଗି ଘୋଷଣା କରିଛନ୍ତି ୧୦ ପ୍ରତିଶତ ସଂରକ୍ଷଣ। ସାଧାରଣ ବର୍ଗ ଅନ୍ତର୍ଭୁକ୍ତ ଉଚ୍ଚ ଜାତି ଲାଗି ଏହି ସଂରକ୍ଷଣ ବ୍ୟବସ୍ଥା ଉଦ୍ଦିଷ୍ଟ। ମାତ୍ର କେଉଁ ଭଳି ଆର୍ଥିକ ସ୍ଥିତି ଥିଲେ ଏହା ପ୍ରଯୁଜ୍ୟ ସେ ନେଇ ୫ଟି ସର୍ତ୍ତ ମଧ୍ୟ ଜାରି କରାଯାଇଛି। ଜାଣନ୍ତୁ କେଉଁମାନେ କେନ୍ଦ୍ର ସରକାର ଆଣୁଥିବା ଏହି ସୁବିଧା ହାସଲ କରିବାକୁ ହକଦାର।

  • ଯେଉଁ ପରିବାର ବର୍ଷକୁ ୮ ଲକ୍ଷରୁ କମ ଟଙ୍କା ରୋଜଗାର କରୁଥିବ।
  • ୫ ହେକ୍ଟରରୁ କମ୍ ଚାଷ ଜମି ଥିବା ବ୍ୟକ୍ତି ସଂରକ୍ଷଣର ହକଦାର।
  • ବାସସ୍ଥାନ ବା ଗୃହର ଆକାର ୧୦୦୦ ବର୍ଗ ଫୁଟରୁ କମ ହୋଇଥିବା ବ୍ୟକ୍ତି ଏହି ସୁବିଧା ପାଇବେ।
  • ମ୍ୟୁନିସିପାଲିଟି ଅଞ୍ଚଳରେ ଜଣେ ଆବାସିକ ପ୍ଲଟ ୧୦୦ ଗଜରୁ କମ ଥିବ ।
  • ଅଣ ମ୍ୟୁନିସିପାଲିଟି ଅଞ୍ଚଳରେ ଆବାସିକ ପ୍ଲଟ ୨୦୦ ଗଜରୁ କମ ଥିବା ଜରୁରୀ।

ତେବେ ଶିକ୍ଷା ଓ ଚାକିରି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍ଗଳବାର ସଂସଦରେ ବିଲ ଆଗତ କରାଯିବ।

Comment