ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିକଟରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ସରିଛି। ଏଥିରେ ବିଜେପିକୁ ସେତେଟା ସଫଳତା ମିଳିନାହିଁ। ଅନ୍ୟପଟେ ୩ଟି ରାଜ୍ୟରେ କଂଗ୍ରେସ ସରକାର ବନାଇବାରେ ସଫଳ ହୋଇଛି। ଏହାର ପ୍ରତିଫଳନ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ। ବୁଧବାର କେନ୍ଦ୍ରାପଡ଼ାର ପାଟକୁରା ନିର୍ବାଚନମଣ୍ଡଳୀର କରିଲୋପାଟଣାଠାରେ କଂଗ୍ରେସର ଏକ ବିଶାଳ ଜନସଭାରେ ଯୋଗ ଦେଇଥିଲେ ରାଜ୍ୟର ହେଭିୱେଟ୍ ନେତାମାନେ।

 

ଆଗାମୀ ନିର୍ବାଚନରେ କଂଗ୍ରେସକୁ କ୍ଷମତାସିନ କରାଇବାକୁ କଂଗ୍ରେସ ଉଦ୍ୟମ ଆରମ୍ଭ କରିଛି। ବୁଧବାର କରିଲୋପାଟଣା ହାଟପଡ଼ିଆ ହୋଇପଡ଼ିଥିଲା ଜନ ସମୁଦ୍ର।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉଭୟ ବିଜେପି ଓ ବିଜେଡିକୁ ବିଭିନ୍ନ ନିର୍ବାଚନୀ ବାଣରେ ଘାଇଲା କରିଥିଲେ। ଆଗାମୀ ନିର୍ବାଚନରେ ରାଜ୍ୟରେ ନିଶ୍ଚୟ କଂଗ୍ରେସ କ୍ଷମତାସିନ ହେବ ବୋଲି ଭବିଷ୍ୟବାଣୀ ଶୁଣାଇଥିଲେ ନିରଞ୍ଜନ।

ଏହି ସଭାରେ କଂଗ୍ରେସ ନେତା ତଥା ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସକୁ ଅଧିକ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଥିଲେ। କଂଗ୍ରେସର ଇସ୍ତାହାରକମିଟି ମୁଖ୍ୟ ଗଣେଶ୍ୱର ବେହେରା, ପୁର୍ବତନ ମନ୍ତ୍ରୀ ଭାଗବତପ୍ରସାଦ ମହାନ୍ତ, ରାଜନଗର ବିଧାୟକ ଅଂଶୁମାନ ମହାନ୍ତି, ଜିଲ୍ଲା କଂଗ୍ରେସ ସଭାପତି ଚିନ୍ମୟ ପ୍ରସାଦ ବେହୁରା, ରାଜ୍ୟ କଂଗ୍ରେସ ପ୍ରଭାରୀ ରୁଦ୍ର ରାଜୁ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।

ଗତ ବିଧାନସଭା ନିର୍ବାଚନରେ ପାଟକୁରା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ଜୟନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ନିର୍ବାଚନ ସଭାରେ ପାଟକୁରା ନିର୍ବାଚନଣଣ୍ଡଳୀର ମାର୍ଶାଘାଇ, ଗରଦପୁର ଓ ଡେରାବିଶ ବ୍ଲକର ଛାମୁଆ ନେତାମାନେ ଯୋଗ ଦେଇଥିଲେ।

Comment