ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରୀ ୭ରେ ଓଡ଼ିଶା ବିଧାନସଭାରେ ଆଗତ ହେବ ବଜେଟ। ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ବିଧାନସଭାରେ ଉପସ୍ଥାପିତ କରିବେ ବଜେଟ। ଆଗକୁ ନିର୍ବାଚନ ଥିବାରୁ ପୂର୍ଣ୍ଣାଙ୍ଗ ବଜେଟ ବଦଳରେ ୩ ମାସ ପାଇଁ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ।
ବଜେଟ ଲୋକାଭିମୁଖି ହେବ ବୋଲି ଆଶା କରାଯାଉଛି। ବଜେଟରେ ସବୁ ବର୍ଗର ଲୋକ ଏବଂ ବିଭିନ୍ନ କ୍ଷେତ୍ର ପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି।
ଫେବ୍ରୁଆରୀ ୪ ତାରିଖରୁ ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଛି। ୧୨ ତାରିଖ ଯାଏଁ ଅଧିବେଶନ ଚାଲିବ। ୮ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହୋଇପାରେ।
ଏନେଇ ରାଜ୍ୟ ସରକାର ରାଜ୍ୟପାଳଙ୍କ ଅନୁମୋଦନ ଲୋଡ଼ିଛନ୍ତି। ଏହାପରେ ବିଧିବଦ୍ଧ ସମନ ଜାରି ହେବ।















