ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭେଣ୍ଡିରେ ରୋଗ ପ୍ରତିରୋଧକ କ୍ଷମତା ସବୁଠୁ ଅଧିକ। ଯଦି ଆପଣ ପ୍ରତିଦିନ ଖାଦ୍ୟରେ ଭେଣ୍ଡି ସାମିଲ କରନ୍ତି ତେବେ ଏହା ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ।

ଭେଣ୍ଡିରେ କ୍ୟାଲସିୟମ, ଫସ୍‌ଫରସ୍‌, ଭିଟାମିନ କେ, ଏ, ବି ଏବଂ ସି ଭାରି ରହିଥାଏ। ଏହାସହ ପ୍ରୋଟିନ୍‌, ଫାଇବର, କାବ୍ରୋହାଇଡ୍ରେଟ୍ସ, କ୍ୟାଲସିୟମ, ଫସଫରସ, ଆଇରନ୍‌, ମ୍ୟାଗ୍ନେସିୟମ ଓ ପୋଟାସିୟମ ଭଳି ପୋଷକ ତତ୍ତ୍ୱ ମଧ୍ୟ ବହୁଳ ପରିମାଣରେ ରହିଥାଏ।

ଆସନ୍ତୁ ଜାଣିବା ଭେଣ୍ଡି ଖାଇଲେ କଣ ଲାଭ ମିଳେ।

କେଶ ଝଡ଼ିବା ଦୂର କରେ

ମହିଳାମାନଙ୍କ କ୍ଷେତ୍ରରେ ବିଶେଷ କରି ଚୁଟି ଝଡ଼ିବା ଏକ ନିୟମିତ ସମସ୍ୟା ହୋଇଥାଏ। ଏହାକୁ କମ୍‌ କରିବା ପାଇଁ ଭେଣ୍ଡିର ବ୍ୟବହାର କରିପାରିବେ। ଭେଣ୍ଡିକୁ କାଟି ସେଥିରେ ଲେମ୍ବୁ ରସ ପକାଇ ଫୁଟାଇ ନିଅନ୍ତୁ। ଏହାକୁ ବ୍ୟବହାର କରି କେଶ ଧୋଇ ନିଅନ୍ତୁ। ଏହାଦ୍ୱାରା କେଶ ମଜଭୁତ ହେବା ସହ କେଶ ଝଡ଼ିବା ଓ ରୂପି ଭଳି ସମସ୍ୟାରୁ ମୁକ୍ତି ମିଳିପାରିବ।

ପାଚନ କ୍ରିୟାକୁ ନିୟନ୍ତ୍ରଣ କରିଥାଏ

ରକ୍ତରେ ଶର୍କରା ପରିମାଣକୁ ଭେଣ୍ଡି ନିୟନ୍ତ୍ରଣ କରିଥାଏ। ଏଥିରେ ଥିବା ଭିଟାମିନ ସି ପାଚନ କ୍ରିୟାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

କବଜ ସମସ୍ୟା

କବଜ ସମସ୍ୟା ମୁକ୍ତି ଦେଇଥାଏ ଭେଣ୍ଡି। ତେଣୁ ଏପରି ସମସ୍ୟା ଥିବା ବ୍ୟକ୍ତିମାନେ ଭେଣ୍ଡି ଖାଇପାରିବେ। ଏଥିରେ ଥିବା ଫାଇବର ଖାଦ୍ୟକୁ ହଜମ କରିବାରେ ସହାୟକ ହୋଇଥାଏ।

ଓଜନ କମାଏ                 

ଓଜନ କମାଇବାରେ ବେଶ୍‌ ସହାୟକ ହୋଇଥାଏ ଭେଣ୍ଡି। ଏଥିରେ ଥିବା ଫାଇବର ଚର୍ବିକୁ କମ୍‌ କରିବା ସହ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଏଥିରେ କ୍ୟାଲୋରି ପରିମାଣ କମ୍‌ ଥାଏ। ମେଦ ବୃଦ୍ଧିରେ ଆକ୍ରାନ୍ତ ଲୋକେ କଞ୍ଚା ଭେଣ୍ଡି ଖାଇବା ଦ୍ୱାରା ଓଜନ ହ୍ରାସ ପାଇଥାଏ।

ହୃଦ୍ ସମସ୍ୟା

ହୃଦ୍‌ ଜନିତ ସମସ୍ୟା ଥିଲେ ଭେଣ୍ଡି ଖାଇବା ଆବଶ୍ୟକ। କାରଣ ଏଥିରେ ଥିବା ଫାଇବର କୋଲେଷ୍ଟରଲ ନିୟନ୍ତ୍ରଣରେ ରଖିବା ପାଇଁ ସହାୟକ ହୋଇଥାଏ। ଫଳରେ ହୃଦ୍‌ଘାତର ସମ୍ଭାବନାକୁ କମ୍‌ କରିଥାଏ।

ହାଡ଼ ଶକ୍ତ କରେ

ହାଡକୁ ଶକ୍ତ କରିବା ପାଇଁ ଭେଣ୍ଡି ଖାଇବା ଉଚିତ। ଏଥିରେ ଥିବା ଭିଟାମିନ ଇ ଶରୀରରେ ଥିବା ହଡ଼କୁ ଶକ୍ତ କରିଥାଏ।

ସଂକ୍ରମଣ ରୋଗ

ଭେଣ୍ଡିରେ ଭିଟାମିନ ସି ଭରପୂର ମାତ୍ରାରେ ରହିଥାଏ। ଏହା ଶରୀର ପାଇଁ ବେଶ୍‌ ଲାଭଦାୟକ। ବିଶେଷକରି ଏହା ପାଚନକ୍ରିୟାକୁ ତ୍ୱରାନ୍ଵିତ କରୁଥିବା ଯୋଗୁ ସଂକ୍ରମଣ ଜନିତ ରୋଗ କମ୍‌ ହୋଇଥାଏ।

ଆଖି ସମସ୍ୟା

ଆଖି ପାଇଁ ଭେଣ୍ଡି ମଧ୍ୟ ବେଶ ଲାଭଦାୟକ। ଏଥିରେ ଭିଟାମିନ ସି ଥାଏ। ଯାହା ଆଖି ପାଇଁ ଉପକାରୀ ହୋଇଥାଏ।

ଗ୍ୟାସ୍ ସମସ୍ୟା

ଭେଣ୍ଡିକୁ ସିଝାଇ ଏହାର ପାଣିକୁ ଛାଣି ୨୪ ଘଣ୍ଟା ପର୍ଯ୍ୟନ୍ତ ରଖି ଦିଅନ୍ତୁ। ସକାଳୁ ଖାଲି ପେଟରେ ଏହାକୁ ପିଇ ଅଧଘଣ୍ଟାପରେ ଜଳଖିଆ ଖାଇଲେ ଲାଭ ମିଳିଥାଏ।

କ୍ୟାନସର

ଭେଣ୍ଡି ସିଝା ପାଣିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରର ଭିତର ଅଂଶକୁ ସୁସ୍ଥ ରଖିବା ସହ କ୍ୟାନସର ସେଲକୁ ବଢ଼ିବାକୁ ଦେଇ ନ ଥାଏ। ପ୍ରତ୍ୟେକ ଦିନ ସକାଳୁ ଭେଣ୍ଡି ସିଝା ପାଣି ପିଇଲେ ସୁଗାର ଲେବଲ୍‌ ନିୟନ୍ତ୍ରଣରେ ରହିଥାଏ।

ମଧୁମେହ ରୋଗ

ମଧୁମେହ ରୋଗୀ ଦରସିଝା ହୋଇଥିବା ଭେଣ୍ଡି ଖାଇବା ବେଶ୍ ଲାଭଦାୟକ ହୋଇଥାଏ। ଏହାକୁ ନିୟମିତ ଖାଇଲେ ଶରୀରରେ ଥିବା ଶର୍କରା ମାତ୍ରା କମି ଯାଇଥାଏ।

କୋଲେଷ୍ଟ୍ରଲ କମାଏ

ଶରୀରରେ ସାଧାରଣତଃ କୋଲେଷ୍ଟେରଲର ମାତ୍ରା ବୃଦ୍ଧି ପାଇବା କାରଣରୁ ହୃଦୟଜନିତ ସମସ୍ୟା ଦେଖାଦେଇଥାଏ। ତେବେ ଭେଣ୍ଡି ଖାଇବା ଦ୍ୱାରା ଏଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।

ଗର୍ଭବତୀ ମହିଳା

ଗର୍ଭବତୀ ମହିଳାଙ୍କ ପାଇଁ ଭେଣ୍ଡି ଅତ୍ୟନ୍ତ ଉପକାରୀ ଅଟେ। ଏଥିରେ ସାଧାରଣତଃ ଭିଟାମିନ୍-ବି୯ର ପରିମାଣ ବେଶି ଥାଏ। ଯାହା କାରଣରୁ ଗର୍ଭରେ ବଢୁଥିବା ଶିଶୁକୁ ଏହା ବିଭିନ୍ନ ରୋଗରୁ ରକ୍ଷା କରିଥାଏ।

LEAVE A REPLY

Please enter your comment!
Please enter your name here