ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
”ବୁଧବାର ନବ ଦାଶଙ୍କ ଇସ୍ତଫା, ଗୁରୁବାର ଯୋଗେଶଙ୍କୁ ଦଳରୁ ନିଲମ୍ବନ ଏବଂ ଆଜି ଯୋଗେଶ ସିଂହ ଦଳ ଓ ପଦରୁ ଇସ୍ତଫା ଦେବା କଂଗ୍ରେସ ପାଇଁ ଅଡ଼ୁଆ”
କଂଗ୍ରେସର ହାତ ଛାଡ଼ିଲେ ଯୋଗେଶ ସିଂହ । ଦଳ ଓ ପଦରୁ ଇସ୍ତଫା ଦେଲେ ଯୋଗେଶ ସିଂହ । ଗୁରୁବାର ଦଳରୁ ନିଲମ୍ବନ ହୋଇଥିଲେ ଯୋଗେଶ। ସୁନ୍ଦରଗଡର ବିଧାୟକ ଯୋଗେଶ ସିଂହ ରାହୁଲଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି।
ଯୋଗେଶ ସିଂହ ୨୦୧୪ରେ କଂଗ୍ରେସ ଟିକେଟରେ ସୁନ୍ଦରଗଡ଼ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଗତ କିଛିଦିନ ହେଲା ସେ ଦଳ ବିରୋଧୀ ମନ୍ତବ୍ୟ ଦେବା ସହ ବିଜେଡିକୁ ପ୍ରଶଂସା କରିଥିଲେ। ରାହୁଲଙ୍କ ସଭାକୁ ଯିବେନି ବୋଲି ଯୋଗେଶ କହିଥିଲେ।
ଦଳ ବିରୋଧୀ ମନ୍ତବ୍ୟ ପାଇଁ ତାଙ୍କୁ ଗୁରୁବାର ଦଳରୁ ନିଲମ୍ବିତ କରାଯାଇଥିଲା। ଏଆଇସିସିର ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଯୋଗେଶଙ୍କୁ ନିଲମ୍ବନ କରିଥିବା ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ କହିଥିଲେ।


















