ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତଃ ପୁରୁଷମାନଙ୍କ ଅପେକ୍ଷା ମହିଳାଙ୍କର ପୋଷକ ପ୍ରତି ଅଧିକ ଦୁର୍ବଳତା ଥାଏ। ନୂଆ ନୂଆ ପୋଷକ ପନ୍ଧିବାକୁ ମହିଳାମାନେ ଖୁବ୍‌ ଗୁରୁତ୍ୱ ଦେଇଥାନ୍ତି। ହେଲେ ଶୀତଋତୁରେ ସ୍ୱିଟର ଓ ଜ୍ୟାକେଟ ତଳେ ମହିଳାମାନେ ପିନ୍ଧିଥିବା ସୁନ୍ଦର ପୋଷାକ ଲୁଚିଯାଇଥାଏ। ଏଥିପାଇଁ ଅନେକ ମହିଳା ସ୍ୱିଟର ଓ ଜ୍ୟାକେଟ ପିନ୍ଧିବାକୁ ପସନ୍ଦ କରିନଥାନ୍ତି।

ଉଲରେ ପସ୍ତୁତ ପୋଷାକ

ତେବେ ଆପଣ ଯଦି ଶୀତରୁ ମୁକ୍ତି ପାଇବା ସହିତ ଷ୍ଟାଇଲିସ ଲାଗିବାକୁ ଚାହୁଁଛନ୍ତି ତେବେ ଉଲ୍‌ରେ ପ୍ରସ୍ତୁତ ଡ୍ରେସ ପିନ୍ଧନ୍ତୁ। ବଜାରେ ଉଲ୍‌ରେ ପ୍ରସ୍ତୁତ ବିଭିନ୍ନ ଷ୍ଟାଇଲିସ ପୋଷାକ ମିଳୁଛି। ଆପଣ ସେହି ପୋଷକ ପିନ୍ଧି ଶୀତରୁ ମୁକ୍ତି ପାଇବା ସହିତ ଷ୍ଟାଇଲିସ୍‌ ଲାଗି ପାରବେ।

ପଞ୍ଚୋ

ଶୀତରୁ ମୁକ୍ତି ପାଇବା ପାଇଁ ଆପର ପଞ୍ଚୋ ପୋଷକ ପିନ୍ଧିପାରିବେ। ଏହା ଶୀତରୁ ରକ୍ଷା କରିବା ସହିତ ଆପଣଙ୍କୁ ଷ୍ଟାଇଲିସ୍‌ ଲୁକ୍‌ ଦେବାରେ ସହାୟକ ହୋଇଥାଏ।

ଉଲରେ ପ୍ରସ୍ତୁତ କୁର୍ତ୍ତି

ଆଜିକାଲି ମହିଳାଙ୍କର ପ୍ରଥମ ପସନ୍ଦ କୁର୍ତ୍ତି।  ତେବେ ଆପଣ ଯଦି ଉଲ୍‌ରେ ପ୍ରସ୍ତୁତ କୁର୍ତ୍ତି ପିନ୍ଧିବେ ତେବେ ଏହା ଆପଣଙ୍କୁ ଏକ ଷ୍ଟାଇଲିସ୍ ଲୁକ୍‌ ଦେଇଥାଏ। ବଜାରରେ ଏବେ ବିଭିନ୍ନ ଉଲ୍‌ରେ ତିଆରି ଷ୍ଟାଇଲିସ୍‌ କୁର୍ତ୍ତି ମିଳୁଛି।

ଜ୍ୟାକେଟ

ଶୀତଋତୁରେ ପ୍ରାୟ ସମସ୍ତେ ଜ୍ୟାକେଟର ବ୍ୟବହାର କରିଥାନ୍ତି। ହେଲେ ଏହି ଜ୍ୟାକେଟ ଅତି ସାଧାରଣ ନହୋଇ ଟିକେ ଷ୍ଟାଇଲିସ୍‌ ହେବା ଦରକାର। ଯାହା ଆପଣଙ୍କୁ ଏକ ସ୍ମାର୍ଟ ଲୁକ ଦେବ।

Comment