ଓଡ଼ିଶାଲାଇଭ୍‌ ବ୍ୟୁରୋ

ହଟିଲା ପାଣ୍ଡ୍ୟା ଓ ରାହୁଲଙ୍କ ଉପରୁ ବ୍ୟାନ୍‌। ବିସିସିଆଇର ପ୍ରଶାସନିକ କମିଟି ଗୁରୁବାର  ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ ରାହୁଲଙ୍କ ଉପରୁ ବ୍ୟାନ୍‌ ହଟାଇଛନ୍ତି।

କରଣ ଜୋହରଙ୍କ ‘କଫି ଓ୍ଵିଥ୍ କରଣ’ ଟିଭି ଶୋ’ରେ ଉଭୟ ପାଣ୍ଡ୍ୟା ଓ ରାହୁଲ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଅନେକ ବିବାଦ ସୃଷ୍ଟି ହେବା ପରେ ଉଭୟଙ୍କୁ କ୍ରିକେଟରୁ ନିଲମ୍ବିତ କରିଥିଲା ବିସିସିଆଇର ପ୍ରଶାସନିକ କମିଟି। ବର୍ତ୍ତମାନ ଏମାନଙ୍କ ଉପରୁ ବ୍ୟାନ ଉଠାଯାଇଛି।

ବୁଧବାର ବିସିସଆଇ ଅଧିନାୟକ ବିରାଟ କୋହଲିଙ୍କୁ ନ୍ୟୁଜିଲାଣ୍ଡ ସିରିଜର ଶେଷ ଦୁଇ ଦିନିକିଆରୁ ବିଶ୍ରାମ ଦେଇଥିଲା। ତେଣୁ ଖୁବଶୀଘ୍ର ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ ରାହୁଲ ନ୍ୟୁଜିଲାଣ୍ଡରେ ଭାରତୀୟ ଟିମ୍ ସହ ଯୋଗ ଦେଇପାରନ୍ତି।

Comment