ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଭୁବନେଶ୍ୱର ତମାଣ୍ଡୋଠାରେ ଚାଲିଥିବା କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶରେ ରାହୁଲଙ୍କ ଉପସ୍ଥିତିରେ ପଞ୍ଚାନନ ହାତ ଧରିଛନ୍ତି।

ପଞ୍ଚାନନଙ୍କୁ ପିସିସି ସଭାପତି ଏବଂ ଅନ୍ୟ କଂଗ୍ରେସ କର୍ମକର୍ତ୍ତା ସ୍ୱାଗତ କରିଛନ୍ତି।

ତମାଣ୍ଡୋ ସଭାରେ ରାହୁଲ ଗାନ୍ଧି ଆସି ପହଞ୍ଚିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ପଞ୍ଚାନନ ବିଜେଡିରେ ଥିଲେ। ନବୀନ ପଟ୍ଟନାୟକଙ୍କ ସରକାରରେ ସେ ଅର୍ଥ ମନ୍ତ୍ରୀ ରହିଥିଲେ। ହେଲେ ସେ ବିଜେଡି ଛାଡ଼ିବା ପରେ କୌଣସି ରାଜନୀତିକ ଦଳରେ ଯୋଗ ଦେଇ ନଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ସେ କଂଗ୍ରେସରେ ସାମିଲ ହୋଇଛନ୍ତି।

Comment