ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଭୁବନେଶ୍ୱର ତମାଣ୍ଡୋଠାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚାଷୀ କାର୍ଡ ଖେଳିଛନ୍ତି। ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ମାତ୍ର ୧୦ ଦିନ ଭିତରେ କୃଷି ଋଣ ଛାଡ଼ ହେବ ବୋଲି କହିଛନ୍ତି ରାହୁଲ।
“ଓଡ଼ିଶାରେ ଚାଷୀମାନଙ୍କୁ ଅବହେଳିତ କରାଯାଉଛି। ଚାଷୀମାନଙ୍କୁ ସେମାନଙ୍କ ହକ୍ ମିଳୁନି। ଚାଷଜମିକୁ ପାଣି ମାଡୁ ନାହିଁ। ଚାଷୀଙ୍କୁ ସେମାନଙ୍କ ଫସଲର ଉଚିତ୍ ଦାମ ମିଳୁନି। କୃଷି ଋଣ ଛାଡ଼ ପାଇଁ ଦାବି ହେଉଥିଲେ ମଧ୍ୟ ନବୀନ ପଟ୍ଟନାୟକଙ୍କ ସରକାର ଶୁଣୁ ନାହାନ୍ତି। କିନ୍ତୁ କଂଗ୍ରେସ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ ହେବ”, କହିଛନ୍ତି ରାହୁଲ।
ରାହୁଲ ଆହୁରି କହିଛନ୍ତି ଯେ ଧାନର ଏମ୍ଏସ୍ପି ୨୬୦୦ ଟଙ୍କା ବୃଦ୍ଧି କରିବ କଂଗ୍ରେସ। ପ୍ରତି ଜିଲ୍ଲାରେ ଫୁଡ୍ ପ୍ରୋସେସିଂ ପ୍ଲାଣ୍ଟ ପ୍ରତିଷ୍ଠା କରିବ କଂଗ୍ରେସ।
“ନବୀନ ପଟ୍ଟନାୟକ ସବୁବେଳେ ଚାଷୀଙ୍କ ହିତ କଥା କହୁଛନ୍ତି। ହେଲେ ଗତ ୧୫ ବର୍ଷ ଭିତରେ ସେ ଓଡ଼ିଶାରେ କେତେ ଜଳସେଚନ ପ୍ରକଳ୍ପ କରିଛନ୍ତି?”, ଏହି ପ୍ରଶ୍ନ ପଚାରିଛନ୍ତି ରାହୁଲ।


















