ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ରାହୁଲଙ୍କ ଗସ୍ତ ଲାଗି ସମସ୍ତ ପ୍ରସ୍ତୁତି କରାଯାଇଛି। ବିମାନବନ୍ଦରରେ ରାହୁଲଙ୍କୁ ସ୍ୱାଗତ କରିବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି। ତମାଣ୍ଡୋ ପଡ଼଼ିଆରେ କଂଗ୍ରେସର ବହୁ ନେତା  କର୍ମୀ ଆସି ପହଞ୍ଚିସାରିଛନ୍ତି। ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବେ ରାହୁଲ ଗାନ୍ଧି।

ରାହୁଲ ସଭାପତି ହେବା ପରେ ପ୍ରଥମ ଥର ଲାଗି ଓଡ଼ିଶା ଆସୁଛନ୍ତି। ଏହା ସହିତ ନିର୍ବାଚନକୁ ଅଳ୍ପ କେତେ ଦିନ ବାକି ଥିବାରୁ ରାହୁଲଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ପୂରା ଉତ୍ସାହିତ ଅଛି।

ରାହୁଲ ପରିବର୍ତ୍ତନ ସଂକଳ୍ପ ସଭାରେ କଣ କହୁଛନ୍ତି କି ବାର୍ତା ଦେଉଛନ୍ତି ତାହା ଉପରେ ନଜର ରହିଛି। ନିକଟରେ ଦଳ ଛାଡ଼ିଥିବା ନେତାଙ୍କ ବାବଦରେ କଣ କହୁଛନ୍ତି ରାହୁଲ ତାହା ଉପରେ ନଜର ରହିଛି।

Comment