ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ

ରାହୁଲ କିଛି ସମୟ ପୂର୍ବରୁ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି। ଦଳର ବହୁ ନେତା ରାହୁଲଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଛନ୍ତି। ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବେ ରାହୁଲ ଗାନ୍ଧି।

ତେବେ ଆଜି କଂଗ୍ରେସରେ ମିଶି ପାରନ୍ତି ପଞ୍ଚାନନ କାନୁନଗୋ। ପୂର୍ବତନ ଅର୍ଥମନ୍ତ୍ରୀ ହେଉଛନ୍ତି ପଞ୍ଚାନନ କାନୁନଗୋ। ରାହୁଲଙ୍କ ସମାବେଶରେ ଆଜି ବିଧିବଦ୍ଧ ଭାବେ କଂଗ୍ରେସର ହାତ ଧରି ପାରନ୍ତି  ପଞ୍ଚାନନ।

ରାହୁଲ ସଭାପତି ହେବା ପରେ ପ୍ରଥମ ଥର ଲାଗି ଓଡ଼ିଶା ଆସୁଛନ୍ତି। ଏହା ସହିତ ନିର୍ବାଚନକୁ ଅଳ୍ପ କେତେ ଦିନ ବାକି ଥିବାରୁ ରାହୁଲଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ପୂରା ଉତ୍ସାହିତ ଅଛି।

Comment