ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ଦ୍ଦେଶକ ଅଲ୍ଲୀ ଅବ୍ବାସ ଜଫରଙ୍କ ଚର୍ଚ୍ଚିତ ଫିଲ୍ମ ‘ଭାରତ’ ଫିଲ୍ମର ଟିଜର ଶୁକ୍ରବାର ରିଲିଜ ହୋଇଛି। ସାଧାରଣତନ୍ତ୍ର ଦିବସରେ ଟିଜିର ରିଲିଜ ହେବାର ଥିଲା। ହେଲେ ଏହାର ଗୋଟିଏ ଦିନ ପୂର୍ବରୁ ଟିଜର ରିଲିଜ କରାଯାଇଛି। ଟିଜରରେ ସମ୍ପୂର୍ଣ୍ଣ ସଲମାନ ଖାନ ଛାଇ ଯାଇଛିନ୍ତି। ତେବେ ଟିଜରରେ ଅନ୍ୟ କୌଣିସ କଳାକାର ଏମିତିକି ଲିଡ ରୋଲରେ ନଜର ଆସୁଥିବା କ୍ୟାଟ୍ରିନା କୈଫଙ୍କୁ ବି ଦେଖାଯାଇନି।
ଫିଲ୍ମରେ କ୍ୟାଟ୍ରିନା ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମ ରିଲିଜ ହେବାକୁ ଆହୁରି ୬ ମାସ ବାକି ରହିଛି। ତେଣୁ ଫିଲ୍ମ ମେକର କ୍ୟାଟ୍ରିନାଙ୍କ ଲୁକ୍ ଓ ରୋଲକୁ ସିକ୍ରେଟ ରଖିଛନ୍ତି।
ଟିଜରରେ କ୍ୟାଟ୍ରିନାଙ୍କୁ ନଦେଖାଇବା ସମ୍ପୂର୍ଣ୍ଣ ଟିମ୍ର ନିଷ୍ପତ୍ତି ଥିଲା ବୋଲି କୁହାଯାଉଛି। ଫିଲ୍ମରେ ସୁନିଲ ଗ୍ରୋଭର, ଦିଶା ପାଟନୀ ଆଦି କଳାକାରମାନେ ଅଭିନୟ କରିଛନ୍ତି।
ଟିଜରରେ ସଲମାନଙ୍କ ଦମଦାର ଡାଇଲଗ ସହିତ ଧମାକାଦାର ଏଣ୍ଟ୍ରି ଦେଖିବାକୁ ମିଳିଛି।


















