ଓଡ଼ିଶାଲାଇଭ୍ ବ୍ୟୁରୋ
ଲାଲୁ ପ୍ରସାଦ ଯାଦବଙ୍କ ସମେତ ପତ୍ନୀ ରାବ୍ରୀ ଦେବୀ ପୁଅ ତେଜସ୍ଵୀଙ୍କୁ ଜାମିନ ଦେଲେ ଦିଲ୍ଲୀ ପଟିୟାଲା ହାଉସ୍ କୋର୍ଟ।
ଦିଲ୍ଲୀ ପଟିୟାଲା ହାଉସ୍ କୋର୍ଟଙ୍କଠାରୁ ଲାଲୁ ପ୍ରସାଦ ଯାଦବଙ୍କୁ ଆଶ୍ଵସ୍ତି ମିଳିଛି। ଚର୍ଚ୍ଚିତ ରେଲୱେ ଟେଣ୍ଡର (ଆଇଆରସିଟିସି) ଦୁର୍ନୀତି ମାମଲାରେ ସୋମବାର ଲାଲୁଙ୍କୁ ଜାମିନ୍ ଦେଇଛନ୍ତି କୋର୍ଟ। ଲାଲୁଙ୍କ ସମେତ ଏହି ମାମଲାରେ ତାଙ୍କ ପତ୍ନୀ ରାବ୍ରୀ ଦେବୀ ଓ ପୁଅ ତେଜସ୍ଵୀ ଯାଦବ ଓ ଅନ୍ୟମାନଙ୍କୁ ଜାମିନ ମିଳିଛି।
ଲାଲୁ ଆଇଆରସିଟିସିରେ ଦୁର୍ନୀତି କରିଥିବା ଅଭିଯୋଗ ସିବିଆଇ ଓ ଇଡି ପକ୍ଷରୁ ହୋଇଥିଲା। ତାଙ୍କ ଉପରେ ମନି ଲଣ୍ଡ୍ରିଙ୍ଗର ଅଭିଯୋଗ ଥିଲା।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୧ରେ ହେବ।
ଲାଲୁ ଯାଦବ ରେଳମନ୍ତ୍ରୀ ଥିବା ସମୟରେ ଆଇଆରସିଟିସି ପରିଚାଳନା ଦାୟିତ୍ଵ ଦୁଇଟି ବେସରକାରୀ ସଂସ୍ଥାକୁ ବିନା କଣ୍ଟ୍ରାକ୍ଟରେ ଦେଇଥିଲେ। ଏନେଇ ତାଙ୍କ ନାଁରେ ସବିଆଇ ଓ ଇଡି ପକ୍ଷରୁ ଅପରାଧିକ, ଦୁର୍ନୀତି ମାମଲା ରୁଜୁ କରାଯାଇଥିଲା।








