ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜୁ ଜନତା ଦଳର ଆଗ ଧାଡ଼ିର ଦୁଇ ବିଧାୟକ ଅତନୁସବ୍ୟସାଚୀ ନାୟକ ଏବଂ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ୍। ଚିଟଫଣ୍ଡ ଲିଙ୍କ୍ ଅଭିଯୋଗରେ ଏହି ଦୁଇ ନେତାଙ୍କୁ ନୋଟିସ୍ ହୋଇଥିବା ଖବର ସରବରାହ ସଂସ୍ଥା ଏଏନ୍ଆଇ ପକ୍ଷରୁ ସୂଚନା ଦିଆଯାଇଛି।

ଜଣେ ନେତାଙ୍କୁ ଗତ ୨୮ ତାରିଖରେ ହାଜର ହେବା ପାଇଁ ନୋଟିସ ଦିଆଯାଇଥିଲା। ହେଲେ ସେ ହାଜର ହୋଇ ନଥିଲେ। ଆଉ ଜଣେ ନେତାଙ୍କୁ ୩୦ ତାରିଖରେ ହାଜର ହେବା ଲାଗି ନୋଟିସ ଦିଆଯାଇଛି।

ପୂର୍ବରୁ ଏଟି ଚିଟଫଣ୍ଡ ଲିଙ୍କ୍ ଅଭିଯୋଗରେ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ସିବିଆଇ ଗିରଫ କରିଥିଲା। ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ନବଦିଗନ୍ତ ଚିଟଫଣ୍ଡ ମାମଲାରେ ସିବିଆଇ ଗିରଫ କରିଥିବା ବେଳେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ସି-ସୋର୍ ଚିଟଫଣ୍ଡ ମାମଲାରେ ଗିରଫ ହୋଇଥିଲେ।

ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଦୁଇ ବିଜେଡି ବିଧାୟକଙ୍କୁ ସିବିଆଇ ନୋଟିସ୍ ରାଜ୍ୟରାଜନୀତିରେ ହଟଚମଟ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here