ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଣ୍ଡବ୍ୟଥା ଅଧିକାଂଶ ଲୋକଙ୍କର ଏକ ମୁଖ୍ୟ ସମସ୍ୟା। ଏଥିପାଇଁ ଔଷଧ ଖାଇବା ଏକମାତ୍ର ଉପାୟ ନୁହେଁ। ମୁଣ୍ଡବ୍ୟଥା ପାଇଁ ଔଷଧ ଖାଇବା ପୂର୍ବରୁ ତା’ର କାରଣ ଜାଣିବା ବି ଜରୁରୀ। ତେବେ ମୁଣ୍ଡବ୍ୟଥାର କାରଣ ଜଣାପଡ଼ିଲେ ଏହି ସମସ୍ୟାକୁ ବିନା ଔଷଧରେ ଦୂର କରାଯାଇପାରିବ।

ଜାଣନ୍ତୁ ସେମିତି କିଛି କାରଣ ଓ ନିରାକାରଣ

-ପରଫ୍ୟୁମ ଓ ଅଧିକ ବାସ୍ନା ହେଉଥିବା ସାବୁନର ବ୍ୟବହାର ଯୋଗୁଁ ମୁଣ୍ଡବିନ୍ଧା ହୋଇପାରେ। ଅନେକଙ୍କର ଅଧିକ ବାସ୍ନା ଯୁକ୍ତ ସାବୁନ ଓ ପରଫ୍ୟୁମ ସଂସ୍ପର୍ଶରେ ଆସିଲେ ମୁଣ୍ଡବ୍ୟଥା ହୋଇଥାଏ। ଏଣୁ ଏହି ସବୁ ଜିନିଷରୁ ନିଜକୁ ଦୂରେଇ ରହନ୍ତୁ।

-ଅଫିସରେ କାମ କରିବା ସମୟରେ ସାଧାରଣତଃ ସମସ୍ତେ ଗୋଟିଏ ସ୍ଥାନରେ ବସି ରହିଥାନ୍ତି। କାମ କରିବା ସମୟରେ ସାଧାରଣତଃ ମୁଣ୍ଡ ତଳକୁ ରହିଥିାଏ। ଏହା ମୁଣ୍ଡବିନ୍ଧାର ଏକ ପ୍ରମୁଖ କାରଣ ହୋଇପାରେ।

ଏଭଳି ସ୍ଥିତିରେ କାମ ଭିତରେ ଥରେ ଦୁଇ ଥର ନିଜ ସ୍ଥାନରୁ ଉଠି ବାହାରେ ବୁଲିବା ଉଚିତ। ଏମିତି କରିବା ଦ୍ଵାରା ମୁଣ୍ଡବ୍ୟଥା, ଅଣ୍ଟାବ୍ୟଥାରୁ ମୁକ୍ତି ମିଳିଥାଏ। ବାଦାମ ଖାଇଲେ ମୁଣ୍ଡବ୍ୟଥା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। ବାଦାମ ଶରୀରରେ ମ୍ୟାଗ୍ନେସିୟମର ମାତ୍ରା ବଢ଼ାଇଥାଏ। ଶରୀରରେ ମ୍ୟାଗ୍ନେସିୟମ ଅଭାବରୁ ଅଧିକାଂଶ ଲୋକଙ୍କର ମୁଣ୍ଡବ୍ୟଥା ହୋଇଥାଏ।

-ଦୀର୍ଘ ସମୟ ଧରି କମ୍ପ୍ୟୁଟରରେ କାମ କରିବା ମୁଣ୍ଡବ୍ୟଥାର ଅନ୍ୟ ଏକ କାରଣ ହୋଇପାରେ। ତେଣୁ ୩୦ ମିନିଟରେ ଥରେ କମ୍ପ୍ୟୁଟର ସାମ୍ନାରୁ ଉଠି ବାହାରେ ବୁଲି ଆସନ୍ତୁ। ଆଖି ଦୁଇ ତିନି ମିନିଟ ପାଇଁ ବନ୍ଦ କରି ଦିଅନ୍ତୁ। ଏମତି କଲେ ମୁଣ୍ଡବିନ୍ଧା କମିଯାଏ।

LEAVE A REPLY

Please enter your comment!
Please enter your name here