ଓଡ଼ିଶାଲାଇଭ୍ ବ୍ୟୁରୋ

ସିମ୍ବା ଫିଲ୍ମର ସଫଳତାରେ ଖୁସି ହୋଇ ରୋହିତ ସେଟ୍ଟୀ ମୁମ୍ବାଇ ପୋଲିସକୁ ୫୧ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି।

ରୋହିତ ସେଟ୍ଟୀଙ୍କ ଫିଲ୍ମ ସିମ୍ବା ବକ୍ସ ଅଫିସ୍‌ରେ ଜବରଦସ୍ତ ସଫଳତା ହାସଲ କରିଛି। ଫିଲ୍ମଟି ଏଯାବତ୍ ୨୪୦ କୋଟି ଟଙ୍କା ଆୟ କରିଛି। ତେବେ ରୋହିତ ସେଟ୍ଟୀଙ୍କ ଫିଲ୍ମରେ ପୋଲିସ୍‌ ଅଫିସରଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥାଏ। ସେଥିପାଇଁ ନିକଟରେ ସେ ଏକ କାର୍ଯ୍ୟକ୍ରମରେ ୫୧ ଲକ୍ଷ ଟଙ୍କାର ଚେକ୍‌ ମୁମ୍ବାଇ ପୋଲିସଙ୍କୁ ପ୍ରଦାନ କରିଛନ୍ତି। ଏହି ଟଙ୍କା ସେ ସିମ୍ବାରୁ ମିଳିଥିବା ଲାଭରୁ ଦେଇଛନ୍ତି।

ତେବେ ରୋହିତ ସିମ୍ବା ସମେତ ୮ ହିଟ୍‌ ଫିଲ୍ମରେ ଦେବାରେ ସଫଳ ହୋଇଛନ୍ତି।

ଏହା ପୂର୍ବରୁ ରୋହିତଙ୍କ ଫିଲ୍ମ ସିଙ୍ଘମ ବି ଜଣେ ପୋଲିସ ଅଫିସରଙ୍କ କାହାଣୀ ଉପରେ ଆଧାରିତ ଥିଲା। ଏହି ଫିଲ୍ମରେ ଅଜୟ ଦେବଗନ ଲିଡ ରୋଲରେ ନଜର ଆସିଥିଲେ।

ତେବେ ସିମ୍ବାର ସଫଳତା ପରେ ଏବେ ରୋହିତ୍‌ ସେଟ୍ଟୀଙ୍କର ଆଗାମୀ ଫିଲ୍ମ ପାଇଁ ଦର୍ଶକଙ୍କର ଅପେକ୍ଷା ରହିଛି।

ସିମ୍ବା ରଣବୀରଙ୍କ କ୍ୟାରିୟରର ଆଉ ଏକ ହିଟ ଫିଲ୍ମ ବୋଲି କୁହାଯାଉଛି। ଏହି ଫିଲ୍ମରେ ରଣବରୀଙ୍କ ବିପକ୍ଷରେ ଅଭିନୟ କରିଥିଲେ ନବାଗତା ସାରା ଅଲ୍ଲୀ ଖାନ।

Comment