ଓଡ଼ିଶାଲାଇଭ୍ ବ୍ୟୁରୋ
ସୋନମ କପୁରଙ୍କ ଅଭିନୀତ ‘ଏକ ଲଡକୀ କୋ ଦେଖା ତୋ ଐସା ଲଗା’ ଫିଲ୍ମ ଶୁକ୍ରବାର ରିଲିଜ ହୋଇଛି। ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ପତ୍ନୀ ଟୁଇଙ୍କିଲ ଖାନାଙ୍କ ସହିତ ଫିଲ୍ମ ଦେଖିବାକୁ ସିନେମା ହଲରେ ପହଞ୍ଚିଛନ୍ତି। ଫିଲ୍ମରେ ସୋନମ କପୁରଙ୍କ ବ୍ୟତୀତ ଅନିଲ କପୁର, ରାଜକୁମାର ରାଓ ଏବଂ ଜୁହି ଚାୱଲା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।
ଫିଲ୍ମ ଦେଖି ଅକ୍ଷୟ କୁମାର କଳାକାରମାନଙ୍କର ଖବୁ ପ୍ରଂଶସା କରିଛନ୍ତି। କଳାକାରମାନଙ୍କ ଦମଦାର ଅଭିନୟର ପ୍ରଂଶସା କରି ସମସ୍ତେ ନିଶ୍ଚୟ ଏହି ଫିଲ୍ମ ଦେଖିନ୍ତୁ ବୋଲି ଅନୁରୋଧ କରିଛନ୍ତି ଅକ୍ଷୟ କୁମାର।
ଫିଲ୍ମର ନିର୍ଦ୍ଦେଶନା ସେଲି ଚୋପ୍ରା ଧର ନିର୍ଦ୍ଦେଶନା ଦେଇଛନ୍ତି। ରାଜକୁମାର ରାଓ ଫିଲ୍ମରେ ସୋନମଙ୍କ ପ୍ରେମିକଙ୍କ ଭୂମିକାରେ ନଜର ଆସିଛନ୍ତି। ରିଲିଜ ହେବା ପୂର୍ବରୁ ମୁମ୍ବାଇରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଙ୍ଗ ରଖାଯାଇଥିଲା। ଏଥିରେ ବଲିଉଡର ପ୍ରାୟ ସମସ୍ତ ଷ୍ଟାର ଉପସ୍ଥିତ ରହିଥିଲେ।








