ଓଡ଼ିଶାଲାଇଭ୍ ବ୍ୟୁରୋ
ତୁଳନାତ୍ମକ ଭାବେ ଅଣ୍ଡାଠାରୁ ଚିକେନ ଅଧିକ ଉପଯୋଗୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଅଧିକ ମାଂସପେଶୀ ପାଇଁ ଶରୀରରେ ଅଧିକ ପ୍ରୋଟିନ୍ ବା ପୁଷ୍ଟିସାରର ଆବଶ୍ୟକତା ରହିଛି। କୋଷ, ତ୍ଵଚା ଏବଂ ଶରୀରର ବିକାଶ ପାଇଁ ଏହା ନିତ୍ୟାନ୍ତ ଜରୁରୀ। ତେଣୁ ଦୈନିକ ବ୍ୟାୟାମ୍ କରୁଥିବା ବ୍ୟକ୍ତିଙ୍କୁ ଅଧିକ ପ୍ରୋଟିନ୍ ଖାଦ୍ୟ ଖାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି। କେବଳ ବ୍ୟାୟାମ୍ କରୁଥିବା ବ୍ୟକ୍ତି ନୁହଁ ସାଧାରଣ ଲୋକଙ୍କ ପାଇଁ ବି ପ୍ରୋଟିନର ଆବଶ୍ୟକତା ରହିଛି।
ସାଧାରଣତଃ ଅଣ୍ଡା, ମାଂସ, ଦୁଗ୍ଧଜାତୀୟ ଖାଦ୍ୟ ଏବଂ ଡାଲି ଜାତୀୟ ଖାଦ୍ୟରୁ ଅଧିକ ପ୍ରୋଟିନ୍ ମିଳିଥାଏ।
କିନ୍ତୁ ଜିମ୍ ଯାଉଥିବା ମହିଳା ଓ ପୁରୁଷମାନେ ପ୍ରୋଟିନ୍ ପାଇଁ ସାଧାରଣତଃ ଅଣ୍ଡା ଓ ଚିକେନରେ ଥିବା ଖାଦ୍ୟସାର ମଧ୍ୟରେ ଫରକ ଜାଣିବା ନିହାତି ଆବଶ୍ୟକ।
୧୦୦ ଗ୍ରାମ ଅଣ୍ଡାରେ ୧୩ଗ୍ରାମ ପ୍ରୋଟିନ୍ ଥିବାବେଳେ ୧୧ ଗ୍ରାମ ଫ୍ୟାଟ୍ ୧୨୪ ମିଲିଗ୍ରାମ ସୋଡିୟମ୍ ଓ ୩୭୩ ମିଲିଗ୍ରାମ କୋଲେଷ୍ଟ୍ରୋଲ୍ ରହିଥାଏ।
ମାତ୍ର ୧୦୦ଗ୍ରାମ ଚିକେନରେ ୨୭ଗ୍ରାମ ପ୍ରୋଟିନ୍ ଥିବାବେଳେ ୪ଗ୍ରାମ ଫ୍ୟାଟ୍, ୫୧ ମିଲିଗ୍ରାମ ସୋଡିୟମ୍ ଓ ୭୫ମିଲିଗ୍ରାମ କୋଲେଷ୍ଟ୍ରୋଲ୍ ରହିଥାଏ। ତେଣୁ ତୁଳନାତ୍ମକ ଭାବେ ଅଣ୍ଡାଠାରୁ ଚିକେନ୍ ଅଧିକ ଉପଯୋଗୀ।








