ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳାପତାକା ପ୍ରଦର୍ଶନକୁ ନିନ୍ଦା କଲେ ବୈଜୟନ୍ତ। କହିଲେ, “ଏହା ବିଜୁ ଗୁଣ୍ଡା ବାହିନୀର କାମ”।

କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଆଜି ମାର୍ଶାଘାଇରେ ନାକେଦମ ହେବାକୁ ପଡ଼ିଛି। ବୈଜୟନ୍ତ ଗୋ ବ୍ୟାକ୍, ମାର୍ଶାଘାଇ ପାଇଁ କ’ଣ କରିଛ ଆଦି ସ୍ଲୋଗାନ ଦେଇ କଳାପତାକା ଦେଖାଇଥିଲେ ଲୋକେ।

ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଗାଁର କେତେକ ବୃଦ୍ଧ ଓ ପୀଡିତ ଲୋକଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିବାକୁ ଆସିଥିଲେ। ବୈଜୟନ୍ତ ମାର୍ଶାଘାଇକୁ ଆସୁଥିବା ଖବର ଗାଁରେ ପ୍ରଚାର ହୋଇଯାଇଥିଲା। ଖବର ପାଇ ଗାଁର କେତେକ ଯୁବକ ଗାଁ ମଝିରେ ପହଞ୍ଚି ବୈଜୟନ୍ତଙ୍କ ବାଟ ଓଗାଳିଥିଲେ। ହାତରେ କଳାପତାକା ଧରି ବୈଜୟନ୍ତ ଗୋ ବ୍ୟାକ୍ ନାରା ଦେଇଥିଲେ। ମାର୍ଶାଘାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

କଳାପତାକା ଦେଖାଇବା ସତ୍ତ୍ୱେ ବୈଜୟନ୍ତ  ଗାଁ ଭିତରକୁ ଯାଇ ୩ ଜଣଙ୍କୁ ସାକ୍ଷାତ କରିଥିଲେ। ତେବେ କଳାପତାକା ପ୍ରଦର୍ଶନ ଘଟଣାକୁ ବୈଜୟନ୍ତ ନିନ୍ଦା କରିଛନ୍ତି। ଏହା ବିଜୁ ଗୁଣ୍ଡା ବାହିନୀର ହୀନ କାର୍ଯ୍ୟ ବୋଲି କହିଛନ୍ତି। ବିଜୁ ବାବୁଙ୍କ ନାଁ ନେଇ ତାଙ୍କୁ ଅପମାନିତ କରାଯାଉଥିବା କହିଛନ୍ତି ବୈଜୟନ୍ତ।

LEAVE A REPLY

Please enter your comment!
Please enter your name here