ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆପଣମାନେ ହସିବା ଲାଗି କ୍ଲବ ଥିବା କଥା ଶୁଣିଛନ୍ତି। ଠିକ୍ ସେହିପରି ଲାଫ୍ଟର ଥେରାପି କଥା ବି ଶୁଣିଥିବେ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ବିଶ୍ୱରେ ଏମିତି ଏକ କ୍ଲବ୍ ରହିଛି, ଯେଉଁଠିକି ଲୋକେ କେବଳ କାନ୍ଦିବା ପାଇଁ ଆସନ୍ତି? ଗୁଜୁରାଟର ସୁରଟରେ ଏଭଳି ଏକ କ୍ଲବ୍ ରହିଛି, ଯେଉଁଠାକୁ ଲୋକେ କେବଳ କାନ୍ଦିବାକୁ ଆସିଥାନ୍ତି। ଖୁବଜୋରରେ ସେମାନେ ଚିତ୍କାର କରି କାନ୍ଦିଥାନ୍ତି। କୁହାଯାଏ ଯେ କାନ୍ଦିଲେ ଟେନସନ ହାଲୁକା ହୋଇଥାଏ।

ଏହି କ୍ଲବର ପ୍ରତିଷ୍ଠାତା କହିଛନ୍ତି ନିୟମିତ ଭାବେ କାନ୍ଦିବା ମଧ୍ୟ ଏକ ଭଲ ବ୍ୟାୟାମ। ଏଥିରୁ ଅନେକ ଫାଇଦା ମିଳିଥାଏ। ଯଦି ଜଣେ କାନ୍ଦିବାକୁ ଚାହୁଁଥିବ, ତେବେ ତାକୁ ସେଥିରୁ ନିବୃତ୍ତ କରିବା ଅନୁଚିତ।

ବିଶେଷଜ୍ଞଙ୍କ ମତ ଅନୁଯାୟୀ ଆଖି ଲୁହରେ ଏକ ରାସାୟନିକ ଥାଏ, ଯାହାର ନାମ ହେଲା କୋର୍ଟସାଲା ଏହା ମଣିଷ ଶରୀର ଲାଗି ବିପଜ୍ଜଜନକ। ଏଣୁ ରାସାୟନିକକୁ ବାହାରକୁ ଆଣିବାର ସବୁଠାରୁ ଭଲ ମାଧ୍ୟମ ହେଲା କାନ୍ଦିବା। ଏହା ବାହାରିଗଲେ ମନରେ ଚିନ୍ତା ଭୟ ଓ ଅବସାଦ ଆଦି ଦୂରୀଭୂତ ହୋଇଥାଏ। କଥାଟି ଶୁଣିବାକୁ ଅଜବ ଅଜବ ଲାଗୁଥିଲେ ବି ଏହି କ୍ଲବରେ ଦିନକୁ ଦିନ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

Comment