ଓଡ଼ିଶାଲାଇଭ୍ ବ୍ୟୁରୋ
କୁହାଯାଏ କି, ଜଣେ ବ୍ୟକ୍ତିକୁ ହୃଦଘାତ କେତେବେଳେ ବି ଆସିପାରେ। କିନ୍ତୁ ଆପଣ ଜାଣିଛନ୍ତି କି? ହୃଦଘାତ ହେବାର ସଂକେତ ମାସେ ପୂର୍ବରୁ ଆରମ୍ଭ ହୋଇଯାଇଥାଏ।
ଆସନ୍ତୁ ଜାଣିବା ହୃଦଘାତ ଆସିବା ପୂର୍ବର ଲକ୍ଷଣ।
ହାଡ଼, ଗୋଡ଼, ଦାନ୍ତ ବିନ୍ଧା
ହୃଦଘାତ ପୂର୍ବରୁ କେବଳ ଛାତିରେ ନୁହେଁ ହାତ, ଗୋଡ଼, ଦାନ୍ତ ଓ ଶିର ବିନ୍ଧା ହେବାର ଲକ୍ଷଣମାନ ରୋଗୀଠାରେ ପ୍ରକାଶ ପାଏ। ଯଦି ଆପଣଙ୍କ ଶରୀରରେ ଏଭଳି କିଛି ସମସ୍ୟା ପରିଲକ୍ଷିତ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ମୁଣ୍ଡ ପୋଡ଼ାଜଳା
ଯଦି ଆପଣଙ୍କ ମୁଣ୍ଡ ଲଗାତାର ଭାବେ ପୋଡ଼ାଜଳା ହେଉଛି। ତେବେ ସାବଧାନ ହୋଇଯାନ୍ତୁ। ନଚେତ୍ ଏହା ଘାତକ ହୋଇପାରେ।
ଖାଦ୍ୟ ହଜମ ନହେବା
ଖାଦ୍ୟ ହଜମ ନହେବା ଦ୍ଵାରା ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି। ଦୀର୍ଘଦିନ ଧରି ଖାଦ୍ୟ ହଜମ ନହେବା ହୃଦଘାତର ଲକ୍ଷଣ ହୋଇପାରେ।
ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ
ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ କରିବା କିମ୍ବା ଆବଶ୍ୟକ ନିଃଶ୍ଵାସ ନେଉଥିଲେ ମଧ୍ୟ ଏହାର କମି ଅନୁଭବ କରୁଥିଲେ ହୃଦଘାତର ସଂକେତ ହୋଇଥାଏ।
ବାନ୍ତି ହେବା
ଲଗାତାର ଭାବେ ବାନ୍ତି ଓ ପେଟ ଯନ୍ତ୍ରଣା ହେବା ହୃଦଘାତର ପୂର୍ବ ଲକ୍ଷଣ ମଧ୍ୟରୁ ଅନ୍ୟତମ। ତେଣୁ ଡାକ୍ତରଙ୍କୁ ପରାମର୍ଶ କରି ତୁରନ୍ତ ଚିକିତ୍ସା ପଦ୍ଧତି ଅପଣାନ୍ତୁ।
କାନ୍ଧ ଯନ୍ତ୍ରଣା
ଲଗାତାର ଭାବେ କାନ୍ଧ ବା ଅଣ୍ଟା ଯନ୍ତ୍ରଣା ହେଉଥିଲେ ସାବଧାନ ହୋଇଯାନ୍ତୁ। ହୃଦଘାତ ହେବା ପୂର୍ବରୁ ଦେଖାଯାଉଥିବା ଲକ୍ଷଣଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।
ଅସ୍ଵାଭାବିକ ଝାଳ ବୋହିବା
ଶରୀରରୁ ଆବଶ୍ୟକତାଠାରୁ ଅଧିକ ଝାଳ ବୋହିବା ହୃଦଘାତର ପୂର୍ବ ଲକ୍ଷଣ ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି।
ଯଦି ଏହି ସବୁ ସମସ୍ୟା ଦେଖାଦେଉଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।