ଓଡ଼ିଶାଲାଇଭ୍ ବ୍ୟୁରୋ
ଅଭିନୟରୁ ଏବେ ରାଜନୀତିରେ ଏଣ୍ଟ୍ରି କରିଛନ୍ତି ଅଭିନେତ୍ରୀ ଶିଳ୍ପା ସିନ୍ଧେ।
ଟିଭି ଅଭିନେତ୍ରୀ ତଥା ବିଗ ବସ୍ ସିଜିନ ୧୧ର ୱିନର ଶିଳ୍ପା ସିନ୍ଧେ ରାଜନୀତିରେ ଏବେ ପାଦ ଥାପିଛନ୍ତି। ସେ ମଙ୍ଗଳବାର କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ଶିଳ୍ପା ସିନ୍ଧେ ମୁମ୍ବାଇ କଂଗ୍ରେସ କମିଟିର ଅଧ୍ୟକ୍ଷ ଚରଣ ସିଂହ ସପ୍ରାଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। କଂଗ୍ରେସରେ ଯୋଗ ଦେବାପରେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ଅଛନ୍ତି।
‘ଭାବି ଜୀ ଘର ପର ହୈ’ ସିରିଏଲରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ଶିଳ୍ପା ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି। ପରବର୍ତ୍ତୀ ସମୟରେ ଏହି ଶୋ’ର ପ୍ରଡ୍ୟୁସରଙ୍କ ସହିତ ବିବାଦ ଉପୁଜିବାର ସେ ଶୋ ଛାଡ଼ି ଦେଇଥିଲେ। ଏହାପରେ ସେ ୨୦୧୭ରେ ରିଆଲିଟି ଶୋ ବିଗ୍ ବସ୍ର ସିଜିନ ୧୧ରେ ଅଂଶ ଗ୍ରହଣ କରିଥଲେ। ସେ ଶୋ’ର ବିଜୟିନୀ ହୋଇଥିଲେ।
୧୯୯୯ ମସିହାରୁ ସେ ଅଭିନୟରେ କ୍ୟାରିୟର ଆରମ୍ଭ କରିଥିଲେ। ୧୯୭୭ରେ ଶିଳ୍ପା ମହାରାଷ୍ଟ୍ରରେ ଜନ୍ମ ଗ୍ରହଣ କରିଥିଲେ। ଅଭିନୟ ଜଗତରେ ସେ ବେଶ୍ ସଫଳତା ପାଇବେ ଏବେ ରାଜନୀତିରେ ତାଙ୍କର ଭୂମିକା କିପରି ରହିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।








