ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ପଶ୍ଚିମ ଓଡ଼ିଶା ଗସ୍ତ କରିଛନ୍ତି। ପଶ୍ଚିମ ଓଡ଼ିଶା ଗସ୍ତ କରି ପ୍ରଥମେ ଭବାନିପାଟଣା ସମାବେଶରେ ଯୋଗ ଦେଇ ଦଳୀୟ କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇଛନ୍ତି।

ଭବାନିପାଟଣାରେ କଂଗ୍ରେସରେ ଅଧ୍ୟକ୍ଷ ରାହୁଲ ଗାନ୍ଧି ସିଧାସଳଖ ମୋଦି ସରକାର ଓ ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି। ଜୟ ମା’ ମାଣିକେଶ୍ୱରୀରୁ ଅଭିଭାଷଣ ଆରମ୍ଭ କରିଛନ୍ତି ରାହୁଲ। ଓଡ଼ିଶାରେ କଂଗେସ କ୍ଷମତାକୁ ଆସିଲେ ଦେଶର ପ୍ରତି ଗରିବଙ୍କୁ ସର୍ବନିମ୍ନ ଆୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ।

ଭବାନିପାଟଣାରେ କ’ଣ କହିଲେ ରାହୁଲ?

  • ଛତିଶଗଡ଼ରେ ଧାନ ଏମ୍‌ଏସପି ୨୫୦୦, ଏଠି କେତେ ମିଳୁଛି? ଓଡ଼ିଶାରେ କଂଗ୍ରେସ ଆସିଲେ ଧାନ କ୍ୱିଣ୍ଟାଲ ୨୬ ଶହ ହେବ।
  • ଆମେ କହିଥିଲୁ କଂଗ୍ରେସ ସରକାର ଆସିଲେ କୃଷି ଋଣ ଛାଡ଼ ହେବ। ୧୦ ଦିନ ନୁହେଁ, ଦୁଇ ଦିନରେ ୩ଟି ରାଜ୍ୟରେ ଋଣ ଛାଡ଼ କଲୁ।
  • ବଜେଟରେ କୃଷକଙ୍କ ପାଇଁ ବଡ଼ ଘୋଷଣା କରି କେନ୍ଦ୍ର ସରକାର ଦୈନିକ ୧୭ ଟଙ୍କା ଦେଇଛନ୍ତି।
  • ନରେନ୍ଦ୍ର ମୋଦି ବିଆରଜିଏଫ୍‌ ପାଣ୍ଠି ହ୍ରାସ କରିଛିନ୍ତି।
  • ନବୀନ ପଟ୍ଟନାୟକ, ନରେନ୍ଦ୍ର ମୋଦି ଆପଣମାନଙ୍କୁ ଅଣଦେଖା କରିଛନ୍ତି।
  • ସବୁ କଂଗ୍ରେସ ପ୍ରଧାନମନ୍ତ୍ରୀ ଆପଣମାନଙ୍କୁ ଗୁରୁତ୍ୱ ଦେଇଛନ୍ତି। କଂଗ୍ରେସ ଆପଣଙ୍କ ଅଞ୍ଚଳକୁ ସବୁବେଳେ ସ୍ୱତନ୍ତ୍ର ଭାବେ ଦେଖିଛି।
  • ମନରେଗାଠାରୁ ବଡ଼ ଯୋଜନା କଂଗ୍ରେସ ଆପଣଙ୍କ ପାଇଁ ରଖିଛି।
  • ରିମୋର୍ଟ କଣ୍ଟ୍ରୋଲ ଫିଙ୍ଗନ୍ତୁ, କଂଗ୍ରେସକୁ ଭୋଟ ଦିଅନ୍ତୁ।
  • ଓଡ଼ିଶାରେ ଚାକିରି ମିଳୁନିଆପଣଙ୍କୁ ବାହାରକୁ ଯିବାକୁ ପଡ଼ୁଛି, ଓଡ଼ିଶାରେ କେବଳ ଆଦିବାସୀଙ୍କ ଜମି, ଜଳ, ଜଙ୍ଗଲ ହଡ଼ପ ହେଉଛି। କଂଗ୍ରେସ କିନ୍ତୁ ଏହାର ସୁରକ୍ଷା କରୁଛି।
  • ଦେଶର ପ୍ରତି ଗରିବଙ୍କୁ ସର୍ବନିମ୍ନ ଆୟ ଦେବ କଂଗ୍ରେସ।
  • ଦାନ ମାଝୀ କାନ୍ଧରେ ପତ୍ନୀ ଶବ ବୋହିଲେ, ମୁଖ୍ୟମନ୍ତ୍ରୀ ଚୁପ୍‌ ରହିଲେ।
  • ନିୟମଗିରି ଆସିଥିଲି, ଆପଣଙ୍କ ସହ ଛିଡ଼ା ହୋଇଥିଲି।
  • ୧୯ ବର୍ଷରେ ନବୀନ ସରକାର ଆପଣଙ୍କ ପାଇଁ କ’ଣ କରିଛନ୍ତି?

Comment