ଓଡ଼ିଶାଲାଇଭ୍ ବ୍ୟୁରୋ

ମୋବାଇଲ କମ୍ପାନି ସାମସଙ୍ଗ ନିକଟରେ ତା’ର ଏମ୍ ସିରିଜ ଦୁଇଟି ସ୍ମାର୍ଟଫୋନ ଗାଲେକ୍ସି ଏମ୍ ୧୦ ଓ ଏମ୍ ୨୦ ଭାରତରେ ଲଞ୍ଚ ହୋଇଥିଲା। ବର୍ତ୍ତମାନ କମ୍ପାନି ଗାଲେକ୍ସି ଏମ୍ ୩୦ ଭାରତରେ ଲଞ୍ଚ କରିବାକୁ ଯାଉଛି।
ସାମସଙ୍ଗ କମ୍ପାନି ଏହି ସ୍ମାର୍ଟଫୋନରେ ଏକ୍ସିନୋସ୍ ୭୯୦୪ ପ୍ରୋସେସର ଦେଇପାରେ। ଏଥି ସହ ଗାଲେକ୍ସି ଏମ୍ ୩୦ ସ୍ମାର୍ଟଫୋନରେ ୫,୦୦୦ ଏମ୍ଏଏଚ୍ର ବ୍ୟାଟେରୀ ମିଳିପାରେ ବୋଲି କୁହାଯାଉଛି। ତେବେ ଭାରତରେ ଏହି ସ୍ମାର୍ଟଫୋନ ଫେବ୍ରୁଆରି ମାସରେ ଲଞ୍ଚ ହୋପାରେ ବୋଲି କୁହାଯାଉଛି।

ସାମସଙ୍ଗ କମ୍ପାନି ଗାଲେକ୍ସି ଏମ୍ ୩୦ ସ୍ମାର୍ଟଫୋନରେ ଗ୍ରାଡିଏଣ୍ଟ ଫିନିସିଙ୍ଗ୍ ସହିତ ୩ଟି କ୍ୟାମେରା ସେଟଅପ ଦେଇପାରେ।
ଏକ୍ସିନୋସ୍ ୭୯୦୪ ପ୍ରୋସେସର ସହିତ କମ୍ପାନି ଦାବି କରିଛି ଯେ, ଏହି ପ୍ରୋସେସର ମଲ୍ଟିମିଡିଆ ସପୋର୍ଟ ଦେଉଛି। ଏହା ସହିତ ଏଥିରେ ଆଇଏସ୍ପି ୩୨ମେଗା ପିକ୍ସେଲ ଯାଏଁ ସିଙ୍ଗଲ କ୍ୟାମେରା ରିଜୋଲ୍ୟୁସନ ଓ ତ୍ରିପଲ୍ କ୍ୟାମେରା ସେଟ୍ଅପ ଦିଆଯାଉଛି। ସାମସଙ୍ଗ ଏକ୍ସିନୋସ୍ ୭୯୦୪ ପ୍ରୋସେସର ୧୪ ନାନୋମିଟରକୁ ନେଇ ନିର୍ମିତ।

ନିକଟରେ ସାମସଙ୍ଗ ଗାଲେକ୍ସି ଏମ୍ ୧୦ ଓ ଏମ୍୨୦ ସ୍ମାର୍ଟଫୋନ ଭାରତରେ ଲଞ୍ଚ କରିଥିଲା। ଏହାର ମୂଲ୍ୟ ୭,୯୯୦ ଓ ୧୦,୯୯୦ ଟଙ୍କା ଥିଲା। ଏହି ଆଧାରରେ ଗାଲେକ୍ସି ଏମ୍ ୩୦ର ମୂଲ୍ୟ ଭାରତୀୟ ବଜାରରେ ପାଖାପାଖି ୧୭,୯୯୦ ଟଙ୍କା ହୋଇପାରେ ବୋଲି କୁହାଯାଉଛି। ବର୍ତ୍ତମାନ ସମୟରେ ଭାରତୀୟ ବଜାରରେ ସାଓମି ସ୍ମାର୍ଟଫୋନର ଚାହିଦା ଅଧିକ ଥିବା ବେଳେ ସାମସଙ୍ଗ ଧିରେ ଧିରେ ତା’ର ଲୋକପ୍ରିୟତା ହରାଉଛି।









