ଓଡ଼ିଶାଲାଇଭ ବ୍ୟୁରୋ
ପୁଣି ରାଜଧାନୀ ଭୁବନେଶ୍ୱରରୁ ଜବତ ହୋଇଛି ବ୍ରାଉନସୁଗାର। ଅବକାରୀ ବିଭାଗ ଚଢାଉ କରି ବ୍ରାଉନସୁଗାର ଜବତ କରିଛି।
ପାଖାପାଖି ୮୦ରୁ ଅଧିକ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ।
ସାଲିଆସାହିରୁ ଏହାକୁ ଜବତ କରାଯାଇଛି ଏହାସହିତ ଅଧିକ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ।
କିଛିଦିନ ତଳେ ଲକ୍ଷ୍ମୀସାଗର ଅଞ୍ଚଳରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ କରିଥିଲା ଅବକାରୀ ବିଭାଗ। ସୋମବାର ଅବକାରୀ ବିଭାଗ ଏକ ବୁଲା ବିକାଳି ପାଖରୁ ୧୦୫ ଗ୍ରାମର ବ୍ରାଉନ୍ ସୁଗାର ଜବତ କରିଥିଲା। ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ବୋଲି ସୂଚନା ମିଳିଛି।
ଦିନକୁ ଦିନ ରାଜଧାନୀ ଭୁବନେଶ୍ୱର ଡ୍ରଗ୍ସ କାରବାରର ଆଡ୍ଡା ହେବାକୁ ଲାଗିଲାଣି। ଏହାସହିତ ବ୍ରାଉନସୁଗାର କାରବାର ପାଇଁ ଅପରାଧୀ ମାନେ ରାଜଧାନୀକୁ ଏକ ସୁରକ୍ଷିତ ସ୍ତାନ ମଣୁଛନ୍ତି। ଯାହାକୁ ରୋକିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଯାଇଛି।

















