ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଲୱାମା ଆକ୍ରମଣ ଘଟଣା ସାରା ଦେଶରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି। ବଲିଉଡ, କ୍ରୀଡ଼ା, ରାଜନୀତି ସବୁଠି ଯବାନଙ୍କୁ ଝୁରୁଛନ୍ତି ଲୋକେ। ଦେଶବ୍ୟାପି ଲୋକ ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ଏହି କ୍ରମରେ ସାମିଲ ହୋଇଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ।
ଏଭଳି କାଯ୍ୟ କେବଳ କାପୁରୁଷ ହିଁ କରିପାରନ୍ତି ବୋଲି ସେ କହିଛନ୍ତି।
“ଏଭଳି କାର୍ଯ୍ୟ କରି ପାକିସ୍ତାନ କେବଳ ଆମ ଦେଶର ସୁରକ୍ଷା ଭଙ୍ଗ କରିନି ବରଂ ଆମ ଦେଶର ଗୌରବକୁ ଆଘାତ ପହଞ୍ଚାଇଛି। ଏଭଳି କାର୍ଯ୍ୟର ଜୋରଦାର ପ୍ରତିଶୋଧ ନେବା ଦରକାର”,କହିଛନ୍ତି କଙ୍ଗନା ରଣାୱତ।
ଏଥିପାଇଁ ପାକିସ୍ତାନକୁ ବ୍ୟାନ ନୁହେଁ ବରବାଦ କରିଦିଆଯାଉ ବୋଲି ସେ କହିଛନ୍ତି।
କେବଳ କଙ୍ଗନା ନୁହନ୍ତି ବଲିଉଡର ଅନ୍ୟ କଳାକାରମାନେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ସୋସିଆଲ ମିଡିଆରେ ବି ଏନେଇ ବିରୋଧ ଜୋର ଧରିଛି।


















