ଓଡ଼ିଶାଲାଇଭ୍ ବ୍ୟୁରୋ
ଖୁବଶୀଘ୍ର ଲୋକପ୍ରିୟ ହିନ୍ଦୀ ସିରିଏଲ “ସିଲସିଲା ବଦଲତେ ରିସ୍ତୋଁକା”ର ସିଜିନ ୨ ଦେଖିବାକୁ ପାଇବେ ଦର୍ଶକ। ସିରିଏଲ ନିର୍ମାତା ସିଜିନ ୨ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦର୍ଶକ ମାର୍ଚ୍ଚ ପ୍ରଥମ ସପ୍ତାହରେ ହିଁ ଏହି ଲୋକପ୍ରିୟ ସିରିଏଲର ସିଜିନ ୨ ଦେଖିପାରିବେ ବୋଲି ଜଣାପଡ଼ିଛି।
ପ୍ରଥମ ସିଜିନର ଶେଷ ଏପିସୋଡ ଫେବ୍ରୁଆରି ୨୬ରେ ଦେଖିବାକୁ ପାଇବେ ଦର୍ଶକ।

ସିଜିନରେ ସିରିଏଲରେ ନୂଆଁ ମୁହଁ ଦେଖିବେ ଦର୍ଶକ। ସିରିଏଲରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ୩ ନୂଆ କଳାକାର।

ସିରିଏଲରେ ନାୟକ ଭୂମିକାରେ କୁନାଲ ଜୟସିଂହ ନଜର ଆସିବେ। କୁନାଲଙ୍କ ବ୍ୟତୀତ ଆଉ ଦୁଇ ଲୋକପ୍ରିୟ ଅଭିନେତ୍ରୀ ମଧ୍ୟ ଏହି ସିରିଏଲରେ ନଜର ଆସିବେ। ସେମାନେ ହେଲେ ଅନେରି ଭଜାନି, ତେଜସ୍ୱୀ ପ୍ରକାଶ।

ପୂର୍ବରୁ କୁନାଲ ଜୟସିଂହଙ୍କୁ ଷ୍ଟାରପ୍ଲସରେ ପ୍ରସାରିତ ସିରିଏଲ ‘ଇଶ୍କବାଜ’ରେ ଦେଖିବାକୁ ମିଳିଥିଲା। ଅନେରି ଭଜାନିଙ୍କୁ ‘ନିଶା ଅର୍ ଉସକି କଜନ୍ସ’, ‘ବେହଦ’ରେ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିଥିଲା।
ତେଜସ୍ୱୀ ସ୍ୱାରାଗିନୀ, କର୍ଣ୍ଣସଙ୍ଗୀନୀ ଆଦି ସିରିଏଲରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ।

















