ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଏ ପାଇବ କଂଗ୍ରେସ ଟିକେଟ? କାହାକୁ ପ୍ରାର୍ଥୀ କଲେ କଂଗ୍ରେସ ଓଡ଼ିଶାରେ ଶାସନ ଗାଦିକୁ ଫେରିବ? ଏନେଇ ଚାଲିଛି ମାନସମନ୍ଥନ। ଟିକେଟ ଫାଇନାଲ କରିବା ପାଇଁ ପୁଣି ଓଡ଼ିଶା ଆସିଛନ୍ତି କେନ୍ଦ୍ରୀୟ ସ୍କ୍ରିନିଂ କମିଟି ମୁଖ୍ୟ ଭି ଡି ସାଥିସାନ୍।

ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ବିଭିନ୍ନ ନିର୍ବାଚନମଣ୍ଡଳୀର ଆଶାୟୀଙ୍କ ମତାମତ ଗ୍ରହଣ କରିବା ପରେ ଆଜି ଏହି କମିଟି ବାରିପଦା ଗସ୍ତରେ ଯାଇଥିଲେ।

ବାରିପଦାର ସ୍ୱସ୍ତି ପ୍ଲାଜା ସମ୍ମିଳନୀ କକ୍ଷରେ ସମୀକ୍ଷା କରିଥିଲେ। ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଲୋକସଭା ଏବଂ ତତ୍ ସଂଲଗ୍ନ ବିଧାନସଭା କ୍ଷେତ୍ରରେ ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ମତାମତ ସଂଗ୍ରହ କରିଥିଲେ। ଆସନ୍ତା କାଲି ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲାର ଉଭୟ ଲୋକସଭା ଓ ବିଧାନସଭା ଆସନରେ ଆଶାୟୀ ପ୍ରାର୍ଥୀମାନଙ୍କ ସଂପର୍କରେ ମତାମତ ସଂଗ୍ରହ କରିବେ। ଏହି ରିପୋର୍ଟ ଏଆଇସିସି ଓ ପିସିସି କୁ ପ୍ରଦାନ କରାଯିବ।

ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି ସଭାପତି ହେମନ୍ତ ଦାସ, ରାଜ୍ୟ ସଂପାଦକ ସଂଜୀବ ଗିରିଙ୍କ ସମେତ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କଂଗ୍ରେସ ସଂଗଠନର ପ୍ରମୁଖ କର୍ମକର୍ତ୍ତାମାନେ ଅଂଶ ଗ୍ରହଣ କରିଥିଲେ।

Comment