ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବେ ପ୍ରେମରେ ପଡ଼ିଛନ୍ତି। କିଛି ଦିନ ହେଲା ଅଭିନେତା ଜାହିର ଇକବାଲଙ୍କ ପ୍ରେମରେ ସେ ପଡ଼ିଥିବା ଶୁଣିବାକୁ ମିଳୁଛି। ଦୁହେଁ ବିଭିନ୍ନ ସ୍ଥାନରେ ଏକାଠି ମଧ୍ୟ ନଜର ଆସୁଛନ୍ତି।

ଜାହିର ଇକବାଲଙ୍କୁ ସୁପରଷ୍ଟାର ସଲମାନ ଖାନ ବଲିଉଡରେ ଲଞ୍ଚ କରିଛନ୍ତି। ନିକଟରେ ସଲମାନଙ୍କ ପ୍ରଡକ୍ସନ ହାଉସର ଫିଲ୍ମ ନୋଟବୁକ୍‌ ଟ୍ରେଲର ରିଲିଜ ହୋଇଛି। ଜାହିର ଏଥିରେ ନାୟକ ଭୂମିକାରେ ଅଭିନୟ କରିଛନ୍ତି।

ସଲମାନ ହିଁ ସୋନାକ୍ଷୀ ଓ ଜାହିରଙ୍କୁ ସାକ୍ଷାତ କରାଇଥିଲେ। ଏମିତିକି ସଲାମାନଙ୍କ ଜନ୍ମ ଦିନରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ପ୍ରଥମ ଦେଖାରେ ହିଁ ଜାହିରଙ୍କ ପ୍ରେମରେ ପଡ଼ିଥିଲେ ସୋନାକ୍ଷୀ।

ଗତବର୍ଷ ସୋନାକ୍ଷୀଙ୍କ ତାଙ୍କ ଜନ୍ମ ଦିନର ଶୁଭକାମନା ଜଣାଇଥିଲେ।

ଜାହିରଙ୍କ ଅଭିନୀତ ନୋଟବୁକ୍‌ ଖୁବଶ୍ରୀଘ୍ର ରିଲିଜ ହେବାକୁ ଯାଉଛି। ନୋଟବୁକ୍‌ର ନିର୍ଦ୍ଦେଶନା ନୀତିନ କକ୍କଡ ଦେଉଛନ୍ତି।

ଖ୍ୟାତନାମା ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ୨୦୧୦ରେ ଦବଙ୍ଗ ଫିଲ୍ମରେ ଡେବ୍ୟୁ କରିଥଲେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ସଲମାନ ଖାନ ଅଭିନୟ କରିଥଲେ।

Comment