ଓଡ଼ିଶାଲାଇଭ୍ ବ୍ୟୁରୋ
ସରିଛି ଖଣ୍ଡିଗିରିର ଯାତ୍ରା ମହାକୁମ୍ଭ ମାତ୍ର ଏହାକୁ ନେଇ ଏବେ ଚର୍ଚ୍ଚା ଜୋର। ଶେଷଦିନରେ ସଚ୍ଚିଦାନନ୍ଦର ନାଟକ ଆରମ୍ଭ ହେବା ପୂର୍ବରୁ ରେକର୍ଡ ଡ୍ୟାନ୍ସରେ ଆଇଟମ୍ ଗର୍ଲଙ୍କ କରିସ୍ମାକୁ ନେଇ ଏବେ ସବୁଠି ଚର୍ଚ୍ଚା।
ମଞ୍ଚ ଉପରେ ଅଶ୍ଳୀଳ ଭାବେ ନୃତ୍ୟ ପରିବେଷଣ କରିବା ସହ ମଞ୍ଚ ତଳକୁ ଆସି ଦର୍ଶକଙ୍କ କାନ କାମୁଡ଼ିଛନ୍ତି। ଛୋଟ ଛୋଟ ଡ୍ରେସ ପିନ୍ଧି ଦର୍ଶକଙ୍କୁ ଘାଇଲା କରୁଛନ୍ତି।
ଖଣ୍ଡଗିରି ଯାତ୍ରାରେ ଏମିତି କିଛି କରିସ୍ମା ଦେଖାଇ ଆଇଟମ ଗର୍ଲ ରାନୀ ଏବେ ଚର୍ଚ୍ଚାରେ ଅଛନ୍ତି। ରାନୀଙ୍କ ଡ୍ୟାନ୍ସର ଭିଡିଓକୁ ନେଇ ଏବେ ସୋସିଆଲ ମିଡିଆରେ ଢେର ଚର୍ଚ୍ଚା। ରାନୀ କେବଳ ସଚ୍ଚିଦାନନ୍ଦରେ ନୁହଁ ଅନେକ ପାର୍ଟିରେ ଡ୍ୟାନ୍ସ କରିଛନ୍ତି।
ତେବେ ଏହା ପ୍ରଥମ ଘଟଣା ନୁହଁ କି ରାନୀ ପ୍ରଥମ ବ୍ୟକ୍ତି ନୁହନ୍ତି ଯେ ଯାତ୍ରା ପୂର୍ବରୁ ପରିବେଶଣ ହେଉଥିବା ରେକର୍ଡ ଡ୍ୟାନ୍ସରେ ଅଶ୍ଳୀଳତା ଦେଖାଇଛନ୍ତି। ଏବେ ଅନେକ ଅପେରା ପାର୍ଟିରେ ରେକର୍ଡ ଡ୍ୟାନ୍ସରେ ଅଶ୍ଳୀଳତା ଦେଖିବାକୁ ମିଳିଛି। ଯାହାକୁ କିଛି ଦର୍ଶକ ଉପଭୋଗ କରୁଥିବା ବେଳେ ଅନେକ ଏହାକୁ ବିରୋଧ କରୁଛନ୍ତି।
ସେପଟେ ଯାତ୍ରାର ନାଟକ ଅପେକ୍ଷା ରେକର୍ଡ ଡ୍ୟାନ୍ସରେ ଅଧିକ ଦର୍ଶକ ଥିବାରୁ ବୁଦ୍ଧିଜୀବୀମାନେ କହିଛନ୍ତି କି ଏହା ଯାତ୍ରାର ମୂଳ ଉଦ୍ଦେଶ୍ୟକୁ କ୍ଷତି ପହଞ୍ଚାଉଛି।
ଶନିବାର ଯାତ୍ରା ସଚ୍ଚିଦାନନ୍ଦରେ ହୋଇଥିବା ଏହି ଘଟଣାକୁ ନେଇ ଏବେ ଅନେକ ଚର୍ଚ୍ଚା। ତେବେ ରୀନା ଏହାକୁ ଅଶ୍ଳୀଳତା ବୋଲି ମନା କରିଛନ୍ତି। ଏପରିକି ଯେଉଁମାନେ ଏପରି କହୁଛନ୍ତି ସେମାନେ ନିଛକ ଓଡ଼ିଆ ବୋଲି ରୀନା ଅଟ୍ଟହାସ୍ୟ ଢଙ୍ଗରେ କହିଛନ୍ତି।
ପ୍ରତିବର୍ଷ ଖଣ୍ଡଗିରି ମେଳା ଯାତ୍ରା ମହାକୁମ୍ଭରେ ଅଶ୍ଳୀଳତା ଦେଖିବାକୁ ମିଳିଛି, ଯାହାକୁ ନେଇ କିଛିଦିନ ଚର୍ଚ୍ଚା ହୁଏ। କିନ୍ତୁ କୌଣସି ପଦକ୍ଷେପ ନିଆଯିବା ନଜରକୁ ଆସିନି।