ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମାର୍ଚ୍ଚ ୧୦ ତାରିଖ ସୁଦ୍ଧା କଂଗ୍ରେସ ଘୋଷଣା କରିବ ଟିକେଟ। ଏନେଇ ସୂଚନା ଦେଇଛନ୍ତି କେନ୍ଦୀୟ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି ଡି ସାଥୀସାନ୍।

୨୦୧୯ ନିର୍ବାଚନ ପାଇଁ କଂଗ୍ରେସରେ ଟିକେଟ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପଇଛି। ସ୍କ୍ରିନିଂ କମିଟି ଅଧ୍ୟକ୍ଷ କଂଗ୍ରେସ ଭବନକୁ ଆସିଥିବା ବେଳେ ବାୟୋଡାଟା ଧରି ଆଶାୟୀମାନେ ଲମ୍ବା ଲାଇନ ଲଗାଇଥିଲେ।

ଗତ ଦୁଇ ଦିନ ହେଲା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବାସଭବନରେ ମଧ୍ୟ ଆଶାୟୀଙ୍କ ଲମ୍ବା ଲାଇନ୍ ଲାଗିଥିଲା।

ଉପକୂଳ, ଦକ୍ଷିଣ, ଉତ୍ତର ଓ ପଶ୍ଚିମ ଓଡ଼ିଶା ଗସ୍ତ କରି ସ୍କ୍ରିନିଂ କମିଟି ସଦସ୍ୟ ପ୍ରାର୍ଥୀ ଚୟନ କରିଥିଲେ। କାହାକୁ କେଉଁଠି ପ୍ରାର୍ଥୀ କଲେ କଂଗ୍ରେସ ଜିତିବ ତାକୁ ନେଇ ମାନସମନ୍ଥନ କରିଥିଲେ। ସ୍କ୍ରିନିଂ କମିଟି ବିଭିନ୍ନ ଅଞ୍ଚଳ ଗସ୍ତ କରି ଯେଉଁ ଆଶାୟୀଙ୍କ ନାଁ ଚୂଡ଼ାନ୍ତ କରିଛନ୍ତି ସେହି ରିପୋର୍ଟ ଏଆଇସିସିକୁ ଦିଆଯିବ। ରାହୁଲଙ୍କ ମୋହର ବାଜିବା ପରେ ଟିକେଟ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ।

“ମାର୍ଚ୍ଚ ୬ ତାରିଖରେ ପ୍ରଦେଶ ନିର୍ବାଚନ କମିଟିର ବୈଠକ ବସିବ। ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ଟିକେଟ ଘୋଷଣା କରାଯିବ”, କହିଛନ୍ତି ଭି ଡି ସାଥୀସାନ।

ବିଜୟ ସମ୍ଭାବନା ରଖୁଥିବା ପ୍ରାର୍ଥୀଙ୍କ ଉପରେ ଗୁରୁତ୍ୱ ଦେଉଛି କଂଗ୍ରେସ।

Comment