ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଏଏସ୍‌ ସ୍ତରରେ ରାଜ୍ୟ ସରକାର ଆଜି ଅଦଳ ବଦଳ କରିଛନ୍ତି। ବିଷ୍ଣୁପଦ ସେଠୀଙ୍କୁ ବାଣିଜ୍ୟିକ କର, ଜିଏସ୍‌ଟି ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ଏହାସହ ସେ SRC ଏବଂ OSDMA ର ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ଆଇଏଏସ୍ କ୍ରିଷନ କୁମାରଙ୍କୁ ପୂର୍ତ୍ତ ବିଭାଗ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏବେ ସେ ସମବାୟ ବିଭାଗ ସଚିବ ଅଛନ୍ତି। ପୂର୍ତ୍ତ ସଚିବ ଥିବା ନଳିନୀକାନ୍ତ ପ୍ରଧାନ ଗତ ଦୁଇ ଦିନ ତଳେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ।

ସେହିପରି ବଳୱନ୍ତ ସିଂଙ୍କୁ ବିଡିଏ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ ଅଛନ୍ତି।

ଶାଶ୍ୱତ ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର କମିଶନର କମ୍ ସେକ୍ରେଟାରୀ ଭାବେ ନିଯୁକ୍ତ ଦିଆଯାଇଛି। ପ୍ରଶାନ୍ତ କୁମାର ଶତପଥୀଙ୍କୁ ରାଜସ୍ୱ ପର୍ଷଦର ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

LEAVE A REPLY

Please enter your comment!
Please enter your name here