ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ପବିତ୍ର ମହାଶିବରାତ୍ରି। ହିନ୍ଦୁ ଧର୍ମରେ ଏହା ମହାଦେବଙ୍କ ସବୁଠୁ ବଡ଼ ଉତ୍ସବ। ବର୍ଷକ ଅପେକ୍ଷା ପରେ ପବିତ୍ର ଜାଗର ଦ୍ୱୀପ ଜାଳିବେ ଭକ୍ତ। ମହାଦେବଙ୍କ ପୂଜା ଅର୍ଚ୍ଚନା ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ସମସ୍ତ ଶୈବପୀଠ। ମନ୍ଦିରଗୁଡ଼ିକରେ ପ୍ରଭୁଙ୍କ ପୂଜା ପାଇଁ ହୋଇଛି ବଶେଷ ପ୍ରସ୍ତୁତି।

ରାଜଧାନୀ ଭୁବନେଶ୍ୱର ମଧ୍ୟ ବେଶ୍‌ ଚଳଚଞ୍ଚଳ ହୋଇ ପଡ଼ିଛି। ଲିଙ୍ଗରାଜରେ ମହାଦେବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି। ଆଜି ଭଳି ପବିତ୍ର ଦିନରେ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖାଯାଇଛି। ରାଜ୍ୟର କିଛି ପ୍ରସିଦ୍ଧ ମନ୍ଦିରରେ ଏନେଇ ଖାସ ପ୍ରସ୍ତୁତି ମଧ୍ୟ ହୋଇଛି।

ଲିଙ୍ଗରାଜରେ ଜାଗର ଉତ୍ସବକୁ ଶୃଙ୍ଖଳାରେ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଢ଼େଙ୍କାନାଳର କପିଳାସ ମନ୍ଦିରରେ ଜାଗର ଅବସରରେ  ମହାପ୍ରଭୁଙ୍କୁ ଭିନ୍ନ ଢ଼ଙ୍ଗରେ ପୂଜା କରାଯିବ।

କଟକର ଧବଳେଶ୍ୱର ମନ୍ଦିରରେ ବି ବ୍ୟାପକ ପ୍ରସ୍ତୁତି ହୋଇଛି। ସେହିପରି ଭଦ୍ରକ ଆରଡ଼ି ଆଖଣ୍ଡଳମଣିରେ ବେଶ୍‌ ଧୂମଧାମରେ ପୂଜା ଅର୍ଚ୍ଚନା ହେଉଛି।

ପୁରୀରେ ବାବା ଲୋକନାଥଙ୍କ ମନ୍ଦିରରେ ଓ କୋରାପୁଟର ଗୁପ୍ତେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି।

Comment