ଓଡ଼ିଶାଲାଇଭ୍ ବ୍ୟୁରୋ
ଅନେକ ଟିଭି ଆକ୍ଟର ବଲିଉଡରେ ଡେବ୍ୟୁ କରିଛନ୍ତି। ବଲିଉଡରେ ମଧ୍ୟ ସେମାନେ ଭଲ କ୍ୟାରିୟର କରିଛନ୍ତି। ଟିଭି ଆକ୍ଟର ଫିଲ୍ମରେ ଡେବ୍ୟୁ କରିବାର ସୁଯୋଗର ଅପେକ୍ଷା କରିଥାନ୍ତି। କିନ୍ତୁ ଏମିତି ଜଣେ ସିରିଏଲ ଅଭିନେତ୍ରୀ ଅଛନ୍ତି ଯିଏକି ବଲିଉଡରେ ରଣବୀର ସିଂହଙ୍କ ସହ କାମ କରିବାକୁ ମନା କରିଦେଇଛନ୍ତି। ଏହି ସିରିଏଲ ଅଭିନେତ୍ରୀ ହେଲେ ଓଜସ୍ୱୀ ଅରୋରା।
ରିର୍ପୋଟ ଅନୁସାରେ ‘କ୍ୟା ହାଲ ମିଷ୍ଟର ପାଞ୍ଚାଲ’ ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ଓଜସ୍ୱୀ ଅରୋରାଙ୍କୁ ରଣବୀରଙ୍କ ଅଭିନୀତ ଫିଲ୍ମ ଗଲିବୟରେ କାମ କରିବାକୁ ଅଫର ମିଳିଥିଲା। ହେଲେ ଏହି ଅଭିନେତ୍ରୀ ମନା କରିଦେଇଥିଲେ।
କାରଣ ଅଭିନେତ୍ରୀ ଜଣକ ପୂରା ଧ୍ୟାନ ତାଙ୍କ ସିରିଏଲକୁ ଦେବାକୁ ଚାହୁଁଥିଲେ।
ଓଜସ୍ୱୀ କ୍ୟା ହାଲ ମିଷ୍ଟର ପାଞ୍ଚାଲରେ ପରି ଭୂମିକାରେ ଅଭିନୟ କରିଛନ୍ତି। ଏହା ପୂର୍ବରୁ ବିଭିନ୍ନ ସିରିଏଲରେ ସେ କାମ କରିସାରିଛନ୍ତି।



















