ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଲୋକସଭା ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ପ୍ରକାଶ ପାଇଥିବା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥି ତାଲିକାରେ ୧୫ ଜଣ ଆଶାୟୀଙ୍କ ନାଁ ରହିଛି। ସେଥିମଧ୍ୟରୁ ୧୧ ଜଣ ଉତ୍ତରପ୍ରଦେଶର ହୋଇଥିବା ବେଳେ ୪ ଜଣ ହେଉଛନ୍ତି ଗୁଜରାଟର।
ଏହି ତାଲିକାରୁ ସ୍ପଷ୍ଟ ଜଣାପଡ଼ିଛି ଯେ ରାହୁଲ ଗାନ୍ଧି ପୁଣି ଆମେଥି ଏବଂ ସୋନିଆ ଗାନ୍ଧି ରାୟବରେଲୀ ଆସନରୁ ନିର୍ବାଚନ ଲଢ଼ିବେ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦ ଉତ୍ତରପ୍ରଦେଶର ଫାରୁଖାବାଦ, ସହାରାନପୁରରୁ ଇମ୍ରାନ ମାସୁଦ, ଉନ୍ନାଓ ଲୋକସଭା ଆସନରୁ ଅନୁ ଟଣ୍ଡନ, ଅକବରପୁରରୁ ରାଜାରାମ ପାଲ୍, ଜାଲୌନରୁ ବୃଜଲାଲ ଖବରୀ, କୁସିନଗରରୁ ଆର୍ପିଏନ୍ ସିଂହ, ଫୈଜାବାଦରୁ ନିର୍ମଳ କ୍ଷତ୍ରୀଙ୍କୁ ଟିକଟ ଦେଇଛି କଂଗ୍ରେସ।
ସେହିପରି ଗୁଜରାଟର ଅହମ୍ମଦାବ ୱେଷ୍ଟ ଆସନରୁ ରାଜୁ ପରମାର, ଆଣନ୍ଦରୁ ଭରତ ସିଂ ସୋଲଙ୍କି, ଭଦୋଦରାରୁ ପ୍ରଶାନ୍ତ ପଟେଲ ଏବଂ ଛୋଟା ଉଦୟପୁରରୁ ରଞ୍ଜିତମୋହନ ସିଂହ ରାଠୱାଙ୍କୁ ଟିକେଟ ଦେଇଛି କଂଗ୍ରେସ।


















