ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାବା ଆଣବିକ ଗବେଷଣା କେନ୍ଦ୍ର(ବାର୍କ)ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ଜଣେ ଓଡ଼ିଆ ବୈଜ୍ଞାନିକ। ସେ ହେଲେ ଡକ୍ଟର ଅଜିତ କୁମାର ମହାନ୍ତି। ଦୀର୍ଘ ୬ ମାସ ହେଲା ଏହି ପଦ ଖାଲି ପଡ଼ିଥିଲାବେଳେ ଅଜିତ କୁମାର ମହାନ୍ତିଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଛି।

ମୁମ୍ବାଇସ୍ଥିତ ଦେଶର ଏହି ପ୍ରମୁଖ ଗବେଷଣା କେନ୍ଦ୍ରରେ ସେ ତିନି ବର୍ଷ ପାଇଁ ନିର୍ଦ୍ଦେ ଶକ ଦାୟିତ୍ୱରେ ରହିବେ।

୫୯ ବର୍ଷୀୟ ଓଡ଼ିଆ ବୈଜ୍ଞାନିକ ଅଜିତ କୁମାର ମହାନ୍ତି ବେସିକ୍‌ ପିଜିକ୍ସରେ ବିଶେଷ ପାରଦର୍ଶିତା ଲାଭ କରିଛନ୍ତି। ସେ ଡାର୍କ ମ୍ୟାଟରର ରହସ୍ୟ ଉନ୍ମୋଚନ କ୍ଷେତ୍ରରେ ବି କାଯ୍ୟ କରୁଛନ୍ତି।

ସେ କୋଲକାତା ସ୍ଥିତ ସାହା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିଅର ଫିଜିକ୍ସର ନିର୍ଦ୍ଦେଶକ ମଧ୍ୟ ଥିଲେ।

Comment