ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ସାରାଦେଶ ମହିଳାଙ୍କ ଅଧିକାର ଓ ତାଙ୍କୁ ସମ୍ମାନ ଦେବା ପାଇଁ ଅର୍ନ୍ତଜାତୀୟ ମହିଳା ଦିବସ ପାଳନ କରୁଛି। ସମସ୍ତେ ମହିଳାଙ୍କୁ ନମନ୍‌ କରୁଛନ୍ତି। ଏହି ଅବସରରେ ପ୍ରଶାସିକାରୁ ପଲିଟିସିଆନ ହୋଇଥିବା ତଥା ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ଟୁଇଟ୍‌ କରିଛନ୍ତି।

ଅପରାଜିତା ନିଜ ଟୁଇଟ୍‌ରେ କହିଛନ୍ତି କି, “ମୁଁ ଏକ ବିକଶିତ ଓଡ଼ିଶା ଦେଖିବାକୁ ଚାହୁଁଛି। ଯେଉଁଠି ପ୍ରତିଟି ମହିଳା ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶ ଲାଗି କାମ କରୁଥିବେ।”

ଏଥିଲାଗି ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ହେବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଓଡ଼ିଶା ସମସ୍ତଙ୍କ ଲାଗି ସୁରକ୍ଷିତ ହେବା ଦରକାର ଏବଂ ପ୍ରତିଟି ମହିଳା ପାଖରେ ସେତିକି ସ୍ୱାଧୀନତା ରହିବା ଦରକାର ଯେ ସେ ତାର କ୍ଷମତାକୁ ଅନୂଭବ କରିପାରୁଥିବ।

LEAVE A REPLY

Please enter your comment!
Please enter your name here