ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ୟସ୍ତବହୁଳ ଜୀବନରେ ମଣିଷ ନିଜ ପାଇଁ ସମୟ ବାହର କରିବା କଷ୍ଟ ହୋଇପଡ଼ୁଛି। ଖାଦ୍ୟ ଖାଇବାର ଅନିୟମିତତା ଯୋଗୁଁ ଅନେକ ସମୟରେ ବିଭିନ୍ନ ରୋଗ ହୋଇଥାଏ। ରୋଗ ଭିତରେ ଅନେକଙ୍କ ମଧ୍ୟରେ କିଡ୍‌ନୀ ସମସ୍ୟା ଦେଖାଦେଉଛି। ସବୁଠୁ ସମସ୍ୟା ହେଉଛି କି ଅନେକ ଲୋକ ଜାଣିପାରିନଥାନ୍ତି କି ସେମାନଙ୍କର କିଡ୍‌ନି ସମସ୍ୟା ଦେଖାଦେଉଛି।

କାରଣ ପ୍ରଥାମିକ ଅବସ୍ଥାରେ ମୁଣ୍ଡ ବୁଲାଇବା ସହ ଥକା ଅନୂଭବ ହୋଇଥାଏ। ଯାହକୁ ଲୋକେ ଉଚ୍ଚ ରକ୍ତଚାପ କିମ୍ବା ଦୁର୍ବଳତା ଭାବି ପାଖ ମେଡିସିନ୍ ଷ୍ଟୋରରରୁ ଔଷଧ ଖାଇଥାନ୍ତି।

ଆସନ୍ତୁ ଜାଣିବା କେମିତି ଜାଣିବେ କିଡ୍‌ନି ରୋଗରେ ଆକ୍ରାନ୍ତ କି ନୁହଁ।

ପ୍ରାଥିମିକ ଅବସ୍ଥା

  • ପାଦ ଫୁଲିବା
  • ଜ୍ୱର ନଛାଡିବା
  • ଭୋକ ନଲାଗିବା
  • ରନ୍ଧା ଖାଦ୍ୟର ମହକରେ ବିମୁଖତା ପ୍ରକାଶ ହୋଇଥାଏ

ଦ୍ୱିତୀୟ ଅବସ୍ଥା

  • ପରିସ୍ରା ନଲାଗିବା
  • କୋଷ୍ଠ କାଠିନ୍ୟ ସମସ୍ୟା ଦେଖାଦେବା
  • ପେଟରେ ଗ୍ୟାସ୍‌ ସମସ୍ୟା ଦେଖାଦେବା
  • ବାନ୍ତି ବାନ୍ତି ଲାଗିବା
  • ଖାଦ୍ୟ ଖାଇବା ଲାଗି ଇଛା ନହେବା

ତୃତୀୟ ଅବସ୍ଥା

  • ସାଧାରଣତଃ ଏହି ଅବସ୍ଥାରେ ରୋଗୀ ଅଧିକ ଦୁର୍ବଳ ହୋଇଯିବା ସହ ସିରିୟସ ହୋଇଯାଇଥାନ୍ତି।
  • ଆଦୌ ପରିସ୍ରା ନ ହେବା
  • ଝାଡ଼ା ନହେବା
  • ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୂଭବ କରିବା
  • ଅନେକ ସମୟ ଧରି ଖାଦ୍ୟ ଖାଇବାକୁ ଇଛା ନହେବା
  • ପେଟ ଫୁଲିବା

ଉପରୋକ୍ତ ଲକ୍ଷଣରୁ ଯଦି କିଛି ସମସ୍ୟା ଦେଖାଦେଉଛି ତେବେ ବିଳମ୍ବ ନକରି ନିକଟସ୍ଥ ମେଡିକାଲ ଯାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏହାସହ ଶରୀରରେ କୌଣସି ଅସୁବିଧା ଦେଖାଗଲେ ତାହାକୁ ହାଲାକା ଭାବେ ନନେଇ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ। କାରଣ ଅନେକ ସମୟରେ ରୋଗୀ କିଛି ହୋଇନି କହି ବିଳମ୍ବରେ ଯାଇଥାନ୍ତି ମେଡିକାଲେ ଯେଉଁଥି ଲାଗି ରୋଗ ଭଲ ହେବା ପାଇଁ ଅଧିକ ସମୟ ସହ ଟଙ୍କା ବି ଲାଗିଥାଏ।

LEAVE A REPLY

Please enter your comment!
Please enter your name here