ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଟିଭି ସିରିଏଲ “ମହରାଣା ପ୍ରତାପ” ଫେମ୍ ଆକ୍ଟର ତଥା ଡିଆଇଡି ୱିନର ଫୈଜଲ ଖାନ ୨୧ ବର୍ଷ ବୟସରେ ବିବାହ କରିବାକୁ ଯାଉଛନ୍ତି। ଫୈଜଲ ତାଙ୍କ ଗାର୍ଲଫ୍ରେଣ୍ଡ ମୁସ୍କାନ କଟାରିଆଙ୍କୁ ଖୁବ୍ଶୀଘ୍ର ବିବାହ କରିବେ।
ଏକ ଇଣ୍ଟରଭ୍ୟୁରେ ଫୈଜଲଙ୍କୁ ୨୧ ବର୍ଷ ବୟସରେ ବିବାହ ନିଷ୍ପତ୍ତି ଉପରେ ପ୍ରଶ୍ନ ପଚରାଯାଇଥିଲା। ସେ କହିଥିଲେ ପ୍ରେମର କୌଣସି ବୟସ ନଥାଏ। ଯଦି ଆପଣ ପରସ୍ପରକୁ ବୁଝୁଛନ୍ତି ତେବେ ବୟସର କିଛି ମାନେ ନାହିଁ।

ମୁସ୍କାନ ଜଣେ ମଡେଲ। ଯୋଧପୁରରେ ଏକ ଫ୍ୟାଶନ ଶୋରେ ଦୁଇଜଣଙ୍କର ଦେଖା ହୋଇଥିଲା। ପରେ ତାଙ୍କ ଭିତରେ ସମ୍ପର୍କ ଗଢ଼ି ଉଠିଥିଲା

ଫୈଜଲ ଗ୍ଲାମର ଦୁନିଆରେ ରିଆଲିଟି ଶୋ ଜରିଆରେ ଏଣ୍ଟ୍ରି କରିଥିଲେ। ଡ୍ୟାନ୍ସ ରିଆଲିଟି ଶୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଲିଟିଲ୍ ଚାମ୍ପ୍ସ ସିଜିନ୨ ରେ ୱିନର ହୋଇଥିଲେ। ଏହି ଶୋରେ ଜିତିବା ପରେ ତାଙ୍କୁ ବିଭିନ୍ନ ଡ୍ୟାନ୍ସ ଶୋ ପାଇଁ ଅଫର ମିଳିଥିଲା। ସିରିଏଲ “ମହାରଣା ପ୍ରତାପ”ରେ କାମ କରିବାର ସୁଯୋଗ ପାଇଥିଲେ।

















