ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ପକ୍ଷରୁ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ କେଉଁ ଦଳ କେତୋଟି ଆସନ ପାଇବ ତାହାର ଏକ ପୂର୍ବାନୁମାନ ପ୍ରକାଶ ପାଇଛି। ଚେନ୍ନାଇର ସ୍ପିକ୍ ମିଡିଆ ନେଟୱର୍କ ପକ୍ଷରୁ କରାଯାଇଥିବା ଅନୁମାନରେ କୁହାଯାଇଛି ଯେ ଓଡ଼ିଶାରେ ଏଥର ସରକାର ପରିବର୍ତ୍ତନର କୌଣସି ସମ୍ଭାବନା ନାହିଁ। ଅର୍ଥାତ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି। ତେବେ କଂଗ୍ରେସ ଏହି ନିର୍ବାଚନରେ ଭଲ କରିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ସ୍ପିକ୍ ମିଡିଆର ସର୍ଭେ ଅନୁସାରେ ଶାସକ ବିଜେଡିକୁ ୮୪ଟି ଆସନ ମିଳିବ। ସେହିଭଳି କଂଗ୍ରେସକୁ ୩୩ଟି ଆସନ ମିଳିବାର ସମ୍ଭାବନା ରହିଛି। କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହୁଥିବା ବେଳେ ବିଜେପିକୁ ମାତ୍ର ୧୮ଟି ଆସନ ପ୍ରାପ୍ତ ହେବ ଓ ଦଳ ତୃତୀୟ ସ୍ଥାନରେ ରହିବ। ଅନ୍ୟାନ୍ୟ ଦଳ, ବ୍ୟକ୍ତିଙ୍କୁ ଦୁଇଟି ଆସନ ଯିବ। ତେବେ ସର୍ଭେରେ ୧୦ଟି ଆସନର ଫଳାଫଳ ଉପରେ କୌଣସି ନିର୍ଦ୍ଦିଷ୍ଟ ଚିତ୍ର ପ୍ରଦାନ କରାଯାଇନାହିଁ।

ସର୍ଭେ ଅନୁଯାୟୀ ବିଜେଡିକୁ ୪୧ ପ୍ରତିଶତ ଭୋଟ ମିଳିବା ଅନୁମାନ କରାଯାଉଥିବା ବେଳେ ବିଜେପିକୁ ୯ ପ୍ରତିଶତ ଭୋଟ ମିଳବ।

Comment