ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଏ କେଉଁଠୁ ପ୍ରାର୍ଥୀ ହେବେ ତାକୁ ନେଇ ବିଭିନ୍ନ ଦଳରେ ମାନସମନ୍ଥନ ଚାଲିଥିବା ବେଳେ କଂଗ୍ରେସ କିନ୍ତୁ ଏ କ୍ଷେତ୍ରରେ ଆଗରେ ରହିଛି। ଗତ କିଛିଦିନ ତଳେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିବା କଂଗ୍ରେସ ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି।

ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୨୧ ଜଣଙ୍କ ନାଁ ରହିଛି। ସଥିମଧ୍ୟରୁ ୧୬ ଜଣ ଉତ୍ତରପ୍ରଦେଶର ରହିଥିବା ବେଳେ ୫ ଜଣ ଅଛନ୍ତି ମହାରାଷ୍ଟ୍ରର। ଉତ୍ତରପ୍ରଦେଶର ମୁରାଦାବାଦରେ କଂଗ୍ରେସ ରାଜ ବବରଙ୍କୁ ପ୍ରାର୍ଥୀ କରିଛି। ସେହିପରି ହାଇପ୍ରୋଫାଇଲ ସୁଲତାନପୁରରୁ ସଞ୍ଜୟ ସିଂଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୧୫ ଜଣଙ୍କ ନାଁ ରହିଥିଲା। ଏଥିରେ ଉତ୍ତରପ୍ରଦେଶର ୧୧ ଏବଂ ଗୁଜରାଟର ୪ ଜଣଙ୍କ ନାଁ ରହିଥିଲା।

Comment