ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଖଉଛି ନିର୍ବାଚନ। ବିଜେଡି ଟିକେଟ ନେବାକୁ ନବୀନ ନିବାସରେ ଭିଡ଼।

ଟିକେଟ ପାଇଁ ଜଣକ ପରେ ଜଣେ ଆଶାୟୀ ନବୀନ ନିବାସ ଗେଟ୍‌ରେ ପ୍ରବେଶ କରୁଛନ୍ତି। ଲମ୍ବା ଲାଇନ୍‌ରେ ଛିଡ଼ା ହୋଇ ରହୁଛନ୍ତି। ହାତରେ ବାୟୋଡାଟା, ଫର୍ମ। ମନରେ ଆଶଙ୍କା। ଜଣକ ପରେ ଜଣେ ଆଶାୟୀ ଛିଡ଼ା ହୋଇଛନ୍ତି ଲମ୍ବାଧାଡ଼ିରେ। ଲମ୍ବା ଲାଇନ୍‌ରେ ଛିଡ଼ା ହୋଇଥିବା ଆଶାୟୀଙ୍କ ମଧ୍ୟରେ କିଛିଟା ନୂଆ ମୁହଁ ଦେଖିବାକୁ ମିଳୁଥିବା ବେଳେ କିଛିଟା ପୁରୁଣା ନେତା ବି ଟିକେଟ ପାଇଁ ଲବି କରୁଛନ୍ତି।

ଅନ୍ୟପଟେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍‌ ଦେବା ନେଇ ନବୀନ ଘୋଷଣା କରୁଥିବା ବେଳେ ନବୀନ ନିବାସରେ ଲାଗିଛି ମହିଳାଙ୍କ ଭିଡ଼।

ଆଜି ସକାଳୁ ବି ବିଜେଡି ଟିକେଟ ଲାଗି ନବୀନ ନିବସରେ ଭିଡ଼ ଲଗାଇଛନ୍ତି। ହେଲେ ବିଜେଡି ସୁପ୍ରିମୋ କାହାକୁ ଟିକେଟ ଦେବେ ଏବଂ କାହାକୁ କାଟିବେ ତା’ ଉପରେ ସମସ୍ତଙ୍କ ନଜର।

ସୋମବାର ଦିନ ମହିଳା ନେତ୍ରୀଙ୍କ ଭିଡ଼ ଲାଗିଥିବା ବେଳେ ମଙ୍ଗଳବାର ଉଭୟ ପୁରୁଷ ଏବଂ ମହିଳା ଆଶାୟୀ ଏବଂ ଗୁରୁବାର ପୁଣି ମହିଳା ଓ ପୁରୁଷଙ୍କ ଭିଡ଼ ପରିଲକ୍ଷିତ ହେଉଛି।

ବିଜେଡିରେ ପ୍ରତିଦିନ ଅନ୍ୟ ଦଳରୁ ନେତାମାନେ ଆସି ମିଶୁଛନ୍ତି। ଏଣୁ ଟିକେଟ କିଏ ପାଇବ ତାହା ଏଯାଏଁ ଚୂଡ଼ାନ୍ତ ହୋଇପାରୁନି। ଫଳରେ ଆଶାୟୀଙ୍କ ଲମ୍ବା ତାଲିକା ନବୀନ ନିବାସରେ ପହଞ୍ଚୁଛି।

Comment